ରଥଯାତ୍ରା ପାଇଁ ମକ ଡ୍ରିଲ ଅନୁଷ୍ଠିତ

Share:

ରଞ୍ଜନ ଦାସ

ପୁରୀ:ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ତଥା ସୁରକ୍ଷିତ ଭାବେ ସମ୍ପର୍ଣ୍ଣ ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟ ର ଏକ ମକ ଡ୍ରିଲ ଟାଉନ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଦୁଇ ବର୍ଷ ପରେ ଭକ୍ତ ଙ୍କ ଗହଣରେ ଚଳିତ ରଥଯାତ୍ରା ହେଉଥିବାରୁ ଆମକୁ ଯାତ୍ରୀ ଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି। ସମସ୍ତ କାର୍ଯ୍ୟ କୁ ବିଭିନ୍ନ ବିଭାଗ ସଠିକ ଭାବେ ପରିଚାଳନା କରୁଛନ୍ତି। ତାହାର ଏକ ବାସ୍ତବ ବ୍ୟବସ୍ଥା ର ଅନୁଧ୍ୟାନ ପାଇଁ ମକ ଡ୍ରିଲ ର ପରିକଳ୍ପନା।ଏହା ଦ୍ୱାରା ଆମେ ସଶକ୍ତ ହେବା ସହ କାର୍ଯ୍ୟକୁ ଖୁବ୍ ଭଲ ଭାବରେ ପରିଚାଳନା କରିବାର ଅଭିଜ୍ଞତା ହାସଲ କରିବା ବୋଲି ସେ କହିଥିଲେ।ଏସ୍ ପି ଡଃ କନୱର ବିଶାଲ ସିଂ ସମସ୍ତ ବିଭାଗ ତାଙ୍କର ଦାୟିତ୍ୱ କୁ ବୁଝିବା ଓ ଅନ୍ୟ ବିଭାଗ ସହ ସମନ୍ବୟ ରଖି କାର୍ଯ୍ୟ କରିବା ଲକ୍ଷ୍ୟ ରେ ଏହି ମକ ଡ୍ରିଲ ବେଶ ସହାୟକ ହେବ ବୋଲି କହିଥିଲେ। କମାଣ୍ଡାଣ୍ଟ ଶ୍ରୀ ଲିଗଂରାଜ ମିଶ୍ର ମକଡ୍ରିଲ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହା ରଥଯାତ୍ରା ପରିଚାଳନା କୁ ଅଧିକ ଶୃଙ୍ଖଳିତ ଓ କ୍ରିୟାଶୀଳ କରିବ ବୋଲି କହିଥିଲେ। ଓସଡାମାର ସି ଜି ଏମ ଡଃ ସୁଶ୍ମିତା ବେହେରା ମକ ଡ୍ରିଲ ର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ। ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ।ଶେଷରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାରମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ୍ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା, ଜିଲ୍ଲା ଆପାତ କାଳୀନ ଅଧିକାରୀ ଡ଼ଃ ଜିତେନ୍ଦ୍ର କୁମାର ପାତ୍ର,ବିଭିନ୍ନ ବିଭାଗର ଅଧିକାରୀ, ପୋଲିସ ଅଧିକାରୀ, ସ୍ୱଛାସେବୀ ମାନେ ଏହି ମକଡ୍ରିଲ ରେ ଯୋଗ ଦେଇଥିଲେ।ଜିଲ୍ଲାପାଳ ଏହି ଅବସରରେ ପ୍ରସ୍ତୁତ ଏସ୍ ଓ ପି ପୁସ୍ତକର ଉନ୍ମୋଚନ କରିଥିଲେ। ପରେ ଏନ ଡି ଆର ଏଫ,ଓଡ୍ରାଫ, ଅଗ୍ନିଶମ, ମେଡିକାଲ, ପୋଲିସ, ପରିବହନ, ଆମ୍ବୁଲାନ୍ସ ,ପୂର୍ତ୍ତ ବିଭାଗ,ପୌର ପ୍ରଶାସନ ଇତ୍ୟାଦି ବିଭାଗର ସମ୍ମିଳିତ ମକଡ୍ରିଲ ର କାର୍ଯ୍ୟ କୁ ଇଣ୍ଟିଗ୍ରେଟେଡ୍ ନିୟନ୍ତ୍ରଣ କକ୍ଷ ମାଧ୍ୟମରେ ପରିଚାଳନା କରାଯାଇଥିଲା।


Share: