କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ରେ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ନେତୃତ୍ୱରେ ବିଜୁଜନତା ଦଳର ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେଈଛି

Share:

ଭଗବାନ ପାଢ଼ୀ

ଗଞ୍ଜାମ : ବିଜୁଜନତା ଦଳର ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟବର ୨ ଗାନ୍ଧୀ ଜୟନ୍ତୀ ରୁ ନଭୋମ୍ବର ୨ ପଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ମାଧ୍ୟ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ଶୁଖ ଦୁଖରେ ଭାଗିଦାରୀ ହେବାସହ ବିକାଶର ବାତ୍ତା ପହଞ୍ଚାଈବା ପାଈଁ ନିର୍ଦ୍ଦେଶ ଦେଇଥିବାବେଳେ , ରବିବାର ଦିନ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକର 44ନଂ ଜିଲ୍ଲାପରିଷଦ ଜୋନ୍‌ ରେ ବିଜୁଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଈଛି ।

ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନଙ୍କ ନେତୃତ୍ୱରେ ଫାଶୀ ପଞ୍ଚାୟତ ମାଣିକେଶ୍ବର ମନ୍ଦିରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିବା ବେଳେ ବିଜୁଜନତା ଦଳର ଶତାଧିକ କ୍ରର୍ମୀ ମାନେ ଯୋଗଦେଇ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରଥମେ ଫାଶୀ ପରେ କୋଦଳା ଏନ. ଏ. ସି ବଡଦାଣ୍ଡ ସାହି ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ତା ପରେ 7ଗୋଟି ପଂଚାୟତ ରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମ ରେ ପ୍ରମୋଦ ପଣ୍ଡା, ରସଲ ଦାଶ, ହୂର୍ଶୀ ମେହେଣା, କୋଦଳା ଏନ. ଏ. ସି ର ସମସ୍ତ କାଉଁଷିଲର ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ବହୁ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ


Share: