ବରିଷ୍ଠନାଗରିକ ସଂଘ ତରଫରୁ କୋଦଳା ରେ ସ୍ୱାୟତସାସନ ଦିବସ ପାଳିତ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମଜିଲ୍ଲା କୋଦଳା ପ୍ରଭୁ ଶ୍ରୀ ଦଣ୍ଡିଶ୍ୱରଙ୍କ ପ୍ରାଙ୍ଗଣରେ ୨୦୨୨ ଅଗଷ୍ଟ ୩୧ ନିଖିଲଭାରତ ସ୍ୱାୟତ୍ତଶାସନ ଦିବସ ମହାସମାରୋହ ରେ ପାଳନ ହୋଇଯାଇଛି । କୋଦଳା ବରିଷ୍ଠନାଗରିକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକର୍ମ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ମୁକ୍ଷ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ , ସମ୍ମାନିତ ଅତିଥିଭାବେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ , କୋଦଳାଥାନା ଏସ ଆଇ ଆରତୀ ପରିଡ଼ା , କୋଦଳା ଗୋଷ୍ଠୀସ୍ବସ୍ଥ୍ୟ ଅଧିକାରୀ ଆଦିତ୍ୟ ପ୍ରସାଦ ସାହୁ , କୋଦଳା ବରିଷ୍ଠନାଗରିକ ସଂଘ ସଭାପତି ଏସ ସୂର୍ଯ୍ୟ ନାରାୟଣ ଦୋରା , ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର , କୋଦଳା ମହିଳା ବିଜେଡି ସଭାନେତ୍ରୀ ସୁନୀତା ରାଣୀ ପ୍ରଧାନ , ପ୍ରମୋଦ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସାଙ୍ଗକୁ ଅଞ୍ଚଳ ରେ ବରିଷ୍ଟ କଳାକାର ଓ ବିଚାରକ ମାନଙ୍କୁ ସମ୍ମାନିତ କରିବାସହ ବିଜ୍ଞାପିତଅଞ୍ଚଳ ପରିଷଦର ପରିମଳ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।ବିଗତ ଦିନରେ ବିଭିନ୍ନ ପ୍ରତିଯୋଗିତା ରେ ଉତିତ୍ନ୍ନ ହୋଇଥିବା ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

କୋଦଳା ସହରର ଉନ୍ନତି ନିମନ୍ତେ ମୁଖ୍ୟଅତିଥି ମାହୋଦୟାଙ୍କ ଅଭିଭାଷଣ ସମସ୍ତଙ୍କ ମନରେ ଏକ ଆନନ୍ଦର ଲହରୀ ସୃଷ୍ଟି କରିଥିଲା । ଶେଷରେ ସାସ୍ନୁତ୍ରିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୋଦଳା ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ଇପ୍ସୀତା ପ୍ରୀୟଦଶ୍ରନୀ ମଞ୍ଚପରିଚାଳନା କରିଥିବାବେଳେ , ଏଥିରେ ମୁକ୍ଷ୍ୟ ପରିଚାଳକଭାବେ ଭଗବାନ ପାଢ଼ି କାର୍ଯ୍ୟଭାର ତୁଲାଇଥିଲେ । ତତ୍ସଙ୍ଗେ ସୂର୍ଯ୍ୟ ନାରାୟଣ ବଡୁ , ବନି ପ୍ରଧାନ , ସୁଦାମ ମାହାନ୍ତି , ମନୋରଞ୍ଜନ ଡାକୁଆ , ଜିତୁ ପ୍ରଧାନ , ଆଲୋକ ବାରିକ ପ୍ରମୁଖ ସହଯୋଗକରିଥିଲେ।


Share: