ପିଡି ଏସ ସାମଗ୍ରୀ ର ଓଜନ ଠକେଇ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଖୁର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁଁ ପଂଚାୟତରେ ପି ଡି ଏ ସ ସାମଗ୍ରୀ ରେ ଓଜନ ଠକେଇ… ଚର୍ଚ୍ଚାର ବିଷୟ ପାଲଟିଛି…. ଖାଦ୍ୟ ସୁରକ୍ଷା ଯୋଜନାରେ କୌଣସି ଲୋକ ଭୋକିଲା ରହିବେନାହିଁ ବୋଲି ଉଭୟ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ସଦାସର୍ବଦା ବୋଲାଇ ଆସୁଥିବା ଏକ ନମ୍ବର ଛବିକୁ ନିମ୍ନ ସ୍ତରରେ ମଳିନ କରିବାକୁ ଦେଓଗାଁଁ ପଂଚାୟତରେ ଚାଲିଛି ଷଡ଼ଯନ୍ତ୍ର ସରକାର ଗୋଟେ ପଟରେ ଗରିବକୁ ଦାନା ଯୋଗାଉଥିବା ବେଳେ ଅନ୍ୟ ପଟରେ ଗରିବଙ୍କ ପେଟକୁ ତଳ ତଳିଆ କର୍ମଚାରୀ ଦୁଃବ୍ୟବହାର ମାରୁଥିବା ନଜରକୁ ଆସିଛି. ବାଣପୁର ବ୍ଲକ ଦେଓଗାଁଁ ପଂଚାୟତ ଓଡଗାଁ ଗ୍ରାମର ରାସନ କାର୍ଡ ହିତାଦିକାରୀ ନିରୁପମା ପରିଡା ଙ୍କ ଝିଅ ଲିପିକା ପ୍ରିୟ ଦର୍ଶିନୀ ପରିଡା କାର୍ଡ ନମ୍ବର 4403 ତାଙ୍କର ଦୁଇ ମାସର ଚାଉଳ ଯାହାକି 40 କେଜି ହୋଇଥିବା ବେଳେ ତାଙ୍କୁ 39 କେଜି ଦିଆଗଲା ତାହାର ସେ ଘୋର ବିରୋଧକରିଥିଲେ ଏବଂ ସେହି ଗ୍ରାମର ଇନ୍ଦ୍ରମଣୀ ଜେନାଙ୍କର ଚାଉଳ ଏକ କେଜି ପାଞ୍ଚଶହ ଗ୍ରାମ ଏବଂ ଗହମ ଆଠ ସହ ଗ୍ରାମ କମ କରିଦେଇ ଥିବାରୁ ସେ ହିତାଦିକାରୀ ଏହାର ଘୋର ବିରୋଧ କରିଥିଲେ ଏବଂ ତାଙ୍କୁ ମଧ୍ୟ ଦୁଃବ୍ୟବହାର ସହିତ ତାଙ୍କର ଜିନିଷ ନେବାକୁ ଆଣିଥିବା ଅଖା କୁ ଫିଙ୍ଗି ଦେଇଥିଲେ ଯାହାକି ସେତାଙ୍କର ବୟାନ କ୍ୟାମେରା ସାମ୍ନାରେ କହିଛନ୍ତି କୌଣସି ରାସନ କାର୍ଡ ର ହିତାଧିକାରୀ ଏହାର ପ୍ରତିରୋଧ କଲେ ତାଙ୍କୁ ରାସନ କାର୍ଡ ବାତିଲ କରାଯିବାର ଧମକ ଦେଉଛନ୍ତି ଯାହା ଫଳରେ ଦେଓଗାଁଁ ପଂଚାୟତର ସମସ୍ତ ଭୋଟର ତଥା ବହୁ ବୁଦ୍ଧି ଯିବିଙ୍କ ମହଲରେ ପ୍ରଶ୍ନ ଉଙ୍କି ମାରୁଛି ଜଦି ଜଣଙ୍କ ପିଛା ଏକ କିଲୋରୁ ଦେଢ଼ କିଲୋ ଚାଉଳ କଟାଯାଉଛି ମାସକର ଖାଦ୍ୟରେ ତେବେ ଉକ୍ତ ପଂଚାୟତରେ 1062 ଖାଉଟି ଅଛନ୍ତି ତେବେ ସେମାନଙ୍କର ମାସକୁ କେତେ ଚାଉଳ ବଳକା ରହିଲା ଏବଉଁ ସେ ଚାଉଳ ଗହମ. କୁଆଡେ ଯାଉଛି ଏସବୁ ଜାଣିଛନ୍ତି ତ ପଂଚାୟତ ସରପଞ୍ଚ ଏସବୁ ଜାଣିଛନ୍ତି ତ ପଂଚାୟତ ଅଧିକାରୀ ଏସବୁ ଜାଣିଛନ୍ତିତ ଯୋଗାଣ ଇନିସ୍ପେକ୍ଟର ଏସବୁ ଜାଣିଛନ୍ତିତ ବ୍ଲକ ଅଧିକାରୀ… ଏ ପ୍ରଶ୍ନ ଆମର ଉତ୍ତର ।


Share: