ଆସିକା ର ଛାତ୍ର ସ୍ବାଗତ ହେଲେ ରାଜ୍ୟ ସ୍ତରୀୟ ଛାତ୍ର ପ୍ରତିନିଧି ।

Share:

ଓଡିଶା ବ୍ୟୁରୋ

ଆସିକା : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୪୭ତମ ରାଜ୍ୟ ଅଧିବେଶନ ଶୈଳ ଶ୍ରୀ କ୍ଷେତ୍ର ଅନୁଗୁଳ ଠାରେ ଗତ ଡିସେମ୍ବର ୨୩,୨୪,୨୫ ରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରାଜ୍ୟର କୋଣ ଅନୁକୋଣରୁ ୮00ରୁ ଉର୍ଦ୍ଧ୍ବ ଛାତ୍ର ନେତା ଓ ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।ଆଗାମୀ ଦିନରେ ବିଦ୍ୟାର୍ଥୀ ପରିଷଦ ର କାର୍ଯ୍ୟକ୍ରମ ଓ ବିଭିନ୍ନ ବିଷୟ ନେଇ ଆଲୋଚନା ହେବା ସହ ନୂତନ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା । ଆସିକା ମାଟିର ଛାତ୍ର ସ୍ବାଗତ କୁମାର ତ୍ରିପାଠୀଙ୍କୁ ଏହି ନୂତନ କାର୍ଯ୍ୟକାରିଣୀ ରେ ରାଜ୍ୟ ସହ ସମ୍ପାଦକ ଭଳି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି ।ସ୍କୁଲ ସମୟରୁ ନେତୃତ୍ୱ ନେବାର ମନୋଭାବ ତାଙ୍କ ପାଇଁ ଆଜି ସଫଳତା ଆଣିପାରିଛି ।ସେ ବର୍ତ୍ତମାନ ରୋଲାଣ୍ଡ କଲେଜ୍ ରେ ଫାର୍ମାସିରେ ଦ୍ବିତୀୟ ବର୍ଷର ଛାତ୍ର ।ସର୍ବଦା ସେବା ମନୋବୃତ୍ତି, ରାଷ୍ଟ୍ରୀୟ ଚିନ୍ତାଧାରା ରହି କାର୍ଯ୍ୟକରିବାରେ ଛୋଟବୟସରୁ ହିଁ ନିପୁଣ ଅଟନ୍ତି ।ତାଙ୍କର ଏହି ସଫଳତା ରେ ଶିବ ପ୍ରସାଦ ତ୍ରିପାଠୀ ,ପ୍ରତ୍ଯୁଷ ରଂଜନ ଦାସ,ହିମାଂଶୁ ଶେଖର ତ୍ରିପାଠୀ, ଅନିଲ୍ କୁମାର ସ୍ବାଇଁ  ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଶିକ୍ଷା ଓ ସେବାକୁ ନେଇ ଛାତ୍ରଛାତ୍ରୀଙ୍କ ମୌଳିକ ସମସ୍ଯା ର ସମାଧାନ ସହ ସମସ୍ତ ପଦକ୍ଷେପ ନେବାରେ ସହଯୋଗ କରିବି ବୋଲି ରାଜ୍ୟ ସହ ସମ୍ପାଦକ ସ୍ବାଗତ କୁମାର ତ୍ରିପାଠୀ ମତ ପ୍ରକାଶ କରିଛନ୍ତି ।


Share: