ରାଜ୍ଯସ୍ତରୀୟ ଓଡିଶା ଦିବସ ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ରାଜ୍ଯସ୍ତରୀୟ ଓଡିଶା ଦିବସ ସମାରୋହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏପ୍ରିଲ ପହିଲାରେ ଏହି ସମାରୋହ ଉତ୍କଳମଣ୍ଡପରେ ଅନୁଷ୍ଠିତ ହେବ। ଏହି ଅବସରରେ ଏକ ସ୍ବତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଜୟଦେବ ଭବନରେ ଆୟୋଜିତ ହେବ।ଏହି ବୈଠକରେ IPR_Odisha ପ୍ରମୁଖ ଶାସନ ସଚିବ ଓ ନିର୍ଦ୍ଦେଶକ, ପୋଲିସ କମିଶନରଙ୍କ, ଡିସିପି, ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓ ବିଏମସି ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଓଡିଶା ଦିବସ ଅବସରରେ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ସନ୍ଧ୍ୟାରେ ଭବ୍ଯ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


Share: