ଅବକାରୀ ଚଢାଉ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ :ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନାଙ୍କ ତତ୍ୱତାବଧାନରେ ସାତପଡ଼ା ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ କୃଷ୍ଣପ୍ରସାଦ ଥାନା ଅଂଚଳରେ ଚିଲିକା ଭିତରେ ଡୀଂୟକୁଦା ଅଂଚଳରେ କୁଦା ନଂ-୨ ରେ ଦେଶୀ ରନ୍ଧା ମଦ ମହଜୁଦ ରଖି ପ୍ୟାକିଙ୍ଗ କରି ମାଲୁଦ ଏବଂ ସାତପଡ଼ା ଅଞ୍ଚଳରେ ଖୁଚୁରା ବ୍ୟାପାରି ଙ୍କୁ ଯୋଗାଇ ଦିଆଯାଇ ବିକ୍ରି କରିବା ଅଭିଯୋଗରେ ଆଜି ସକାଳେ ଭୋରରେ ଚଢ଼ାଉ କରି ଜଣେ ବ୍ୟକ୍ତି ଯାହାର ନାମ ଶତୃଘନ ସ୍ୱାଇଁ,ବୟସ-35 ବର୍ଷ, ଘର-ଦଳବେହେରା ସାହି (କୃଷ୍ଣପ୍ରସାଦ) ଙ୍କୁ ଚଢ଼ାଉ କରି ତାଙ୍କ ଠାରୁ 400 ଲିଟର ଦେଶୀ ରନ୍ଧା ମଦ ଜବତ କରି ଗିରଫ କରି ସାତପଡ଼ା ଅବକାରୀ ଥାନା କେସ ନମ୍ବର 90/2021-22 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି. ଜବତ ଦେଶୀ ରନ୍ଧା ମଦ ର ଆନୁମାନିକ ମୂଲ୍ୟ ପ୍ରାୟ 40,000/- ଟଙ୍କାରୁ ଉର୍ଦ୍ଧ ହେବ. ଏହି ଚଢ଼ଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ବିନୋଦ ବାସ୍କେ, ରଙ୍କନିଧି ମଲ୍ଲିକ, କଂସ୍ଟବଳେ ଶ୍ରୀ ସଞ୍ଜିପ ହସ୍ତୀ, ପ୍ରଦୀପ୍ତ ପଣ୍ଡା, ଦୀନବନ୍ଧୁ ବାରିକ, ବିଜୟୟାନନ୍ଦ ବେହେରା


Share: