ଆଦିବାସୀ କନ୍ଧକୁଳ ସମାଜ ର ବୈଠକ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ କରପା ଗ୍ରାମରେ ପଞ୍ଚାୟତ ଶ୍ରୀରାମ ନଗର ଗ୍ରାମ ଚାଳିଶି ତମ କନ୍ଧକୁଳ ସମାଜ ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରାଯାଇଛି l ଏହି କନ୍ଧକୁଳ ପ୍ରଥମେ 1983 ଏପ୍ରିଲ ଏକ ତାରିଖ ପ୍ରତିଷ୍ଠା ହାଇଥିଲା ସେହିଦିନରୁ କନ୍ଧକୁଳ ପ୍ରତିଷ୍ଠା ଦିବସ ପାଳନ କରି ଆସୁଛନ୍ତି l ପ୍ରଥମେ ସକାଳ ସମୟ ନଅ ଘଟିକା ସମୟ ରେ ପାରମ୍ପରିକ ଆଦିବାସୀ ଙ୍କ ଭେଭୂଷା ଅଳଙ୍କାର ପରିଧାନ କରି ଏକ ବିରାଟ କଳସ ଯାତ୍ରା ରେ ବୁଡ଼ାଗୁଡା ନାଗବଳୀ ନଦୀରୁ କଳସ ଉଠାଇ ପଦ ଯାତ୍ରା କରଯାଇଥିଲା l ଦଶ ଘଟିକା ସମୟରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା lଏବେ ଆଦିବାସୀ କୁଳ ଅନୁସାରେ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥିଲା lଚାଳିଶ ତମ କନ୍ଧ କୁଳ ସମାଜ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁଷୟା ମାଝୀ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡ୍ରୁକା,ସମ୍ମାନୀୟ ଅତିଥି ବୃନ୍ଦ ସ୍ଵତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବନମାଳୀ କାଡ୍ରାକା, ରାୟଗଡା ଲ୍ୟାମ୍ପ ନିର୍ଦେଶକ ଚକ୍ର ବିଡ଼ିକା, ଜ଼ିଲ୍ଲା ଆଦିବାସୀ ସଂଘ ସଭାପତି ଆପାଳସ୍ୱାମୀ କାଡ୍ରକା ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୀମସେନ ଶବର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରାକା, କଲ୍ୟାଣ ସିଂହପୁର ତହସିଲଦାର ଶ୍ରୀଯୁକ୍ତ ସୁଧାକର ରଇତ, କନ୍ଧ କୁଳ ସମାଜ ସଭାପତି ଶ୍ରୀଯୁକ୍ତ ରଘୁନାଥ ନିଶିକା ଯୋଗଦେଇଥିଲେ l ଆମରି ଆଦିବାସୀ ମନେ ମୂଳନୀବାସୀ ସେମାନେ ଅତି ସରଳ ଓଁ ବିଶ୍ୱାସୀ ସେମାନେ କେବେ କାହାରିକୁ ଅସୁବିଧା କରନ୍ତି ନାହଁ ବରଂ ସାହାଯ୍ୟ କରି ନିଜ ଜୀବନ ଦେଇଥାନ୍ତି l କିନ୍ତୁ କିନ୍ତୁ ପରିବର୍ତ୍ତିତ ସମାଜ କୁ ଅନୁସରଣ କରି ନିଜର ସଂସ୍କୃତି, ସଭ୍ୟତା କୁ ଭଳି ଗଲେଣି ଏହାକୁ ରକ୍ଷା କରିବା ପାଇଁ ଆଜିର ଏହି ବୈଠକ ରେ ସମସ୍ତେ ଶପଥ ନେଇଥିଲେ l ନିଜ ରିତୁ ନୀତି ଅନୁଯାଇ ପର୍ବ ପର୍ବାଣି ସହିତ ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ଅତିଥି ମନେ ମତ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ
କଲ୍ୟାଣ ସିଂହପୁର ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀଯୁକ୍ତ ମୁକୁନ୍ଦ ଦେବ ନାୟକ, ରାୟଗଡ଼ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ସଲମନ ରାଇକା, କଲ୍ୟାଣ ସିଂହପୁର ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦନ ଦାଶ ବାଙ୍ଗାରୀ, ଶ୍ରୀଯୁକ୍ତ ସାରଙ୍ଗ ଧର କାଡ୍ରାକା, ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡରୁକା,ଶ୍ରୀଯୁକ୍ତ ଆନନ୍ଦ ସାରକା, ଶ୍ରୀଯୁକ୍ତ ଚକ୍ରଧର ବିଡିକା, ଶ୍ରୀଯୁକ୍ତ ଲକ୍ଷ୍ମଣ ପେଦେଣ୍ଟି, ଶ୍ରୀଯୁକ୍ତ ଲକ୍ଷ୍ମୀଧର କଣ୍ଡାଗରି, ଶ୍ରୀଯୁକ୍ତ ବସନ୍ତ ଉଲ୍ଲାକା, ଶ୍ରୀଯୁକ୍ତ ଆପୁଲସ୍ୱାମୀ କାଡ୍ରାକା, ଶ୍ରୀଯୁକ୍ତ ବସନ୍ତ ପେଦେଣ୍ଟି,ଶ୍ରୀଯୁକ୍ତ ଶିବ ମାଝୀ, ଶ୍ରୀଯୁକ୍ତ ଗୋବିନ୍ଦ ମାଝୀ, ଶ୍ରୀଯୁକ୍ତ ରୁମା ହୁଇକା, ଶ୍ରୀଯୁକ୍ତ ମାଝୀ ପିଡ଼ିକା, ଶ୍ରୀଯୁକ୍ତ ଗୌତମ ଉଲ୍ଲାକା ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅନ୍ନ ପ୍ରସାଦ ସେବନ କରାଯଇଥିଲା। ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ ସଂଗୀତ ପରିବେଷଣ ହେବା ପରେ ସଭା ସାଙ୍ଗ ହୋଇଥିଲା।


Share: