ମାର୍ଶାଘାଇ ଲୁଣା ବିଦ୍ୟୁତ ସେକ୍ସନ ପରିସରରୁ ବଡ଼ ଧରଣର ଡକାୟତି

Share:

ବିଶ୍ଵଜିତ ପ୍ରଧାନ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲୁଣା ବିଦ୍ୟୁତ ସେକ୍ସନ ପରିସରରୁ ବଡ ଧରଣର ଡକାୟତି। ଗତକାଲି ବିଳମ୍ବିତ ରାତିରେ ୨୦-୨୫ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହ ଅଫିସ ଗେଟ ତାଲା ଭାଙ୍ଗି ଅଫିସ ଭିତରେ ପଶି ଦୁଇଜଣ କଣ୍ଟ୍ରୋଲ ରୁମ୍ ଅପରେଟରଙ୍କ ଠାରୁ ମୋବାଇଲ ଛଡାଇ ନେଇ ଅଟକ ରଖିବା ସହ ଦୁଇଟି ପିକ୍ ଅପ୍ ଭ୍ଯାନ ଯୋଗେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ଯର ବିଦ୍ୟୁତ କେବୁଲ ତାର କଟର ଦ୍ୱାରା କାଟି ଲୁଟି ନେଇଥିବା ସୂଚନା। ଏନେଇ ମାର୍ଶାଘାଇ ଥାନାର ଦ୍ବାରସ୍ଥ ହେଲେ ଲୁଣା ବିଦ୍ୟୁତ ସେକ୍ସନ କନିଷ୍ଠ ଯନ୍ତ୍ରୀ ପ୍ରମୋଦ କୁମାର ବଳ। ଦେଖିବାର ବାକି ରହିଲା ଏହା ଉପରେ ମାର୍ଶାଘାଇ ପୋଲିସ କଣ ଦଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଉଛି ଦେଖିବାର ବାକି ରହିଲା l


Share: