ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଧରିଲା ଜଟଣୀ ପୋଲିସ

Share:

ଓଡିଶା ବ୍ୟୁରୋ ଚିଫ

ଜଟଣୀ-: ସ୍ଥାନୀୟ ଅଞ୍ଚଳରେ ମୋବାଇଲ ଫୋନ ଲୁଟ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜଟଣୀ ପୋଲିସ ଗୋଟିଏ ଗ୍ୟାଙ୍ଗର ୫ଜଣିଆ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ଗାଡ଼ି ଓ ୧୫ମୋବାଇଲ ଜବତ କରି କୋର୍ଟ ଚାଲାଣ କରିଛି । ଗିରଫର ପୃଷ୍ଠଭୂମିରୁ ଜଣାଯାଇଛି ସ୍ଥାନୀୟ ଅଞ୍ଚଳର ସସ୍ତ୍ରୀକ ଗତ ୭ତାରିଖ ସଂନ୍ଧ୍ୟାରେ ମହୁଲ ଗୁଡିଆ ଛକ ଦେଇ ଯାଉଥିବା ସମୟରେ ପଛପଟୁ ଦୁଇଜଣ ବାଇକ୍ ଆରୋହୀ ତାଙ୍କ ମୋବାଇଲ ଫୋନ ଛଡାଇ ଦୃତ ଗତିରେ ଆଗକୁ ପଲାଇଲେ । ଲୁଟର ଶୀକାର ହୋଇଥିବା ସୁବାସିନୀ ପାତ୍ର ନାମ୍ନୀ ମହିଳା ଜଣକ ଥାନାରେ ଲୁଟ କରିଥିବା ଯୁବକର ଗାଡ଼ି ଓଡି୧୩ ଏନ୍ ୬୭୧୨ ନମ୍ବର ଲିଖିତ ଅଭିଯୋଗରେ ଆଣିଥିଲେ। ପୋଲିସ ଅଭିଯୋଗନୁଯାୟୀ ମାମଲା ରୁଜୁରେ ଗାଡ଼ି ନମ୍ବର ଯାଞ୍ଚ ଓ ଲୁଟ୍ ହୋଇଥିବା ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ତନଖି କରି ଯୁବକ ଦ୍ବୟଙ୍କୁ ଠାବ କରିଥିଲା। ପ୍ରଥମେ ପୋଲିସ ବୃଢାପଡା ଗ୍ରାମର ପ୍ରଭାକର ପ୍ରଧାନଙ୍କ ପୁଅ ଖଗେଶ୍ବର (୨୦) ଓ ବାବୁଲି ସାହୁଙ୍କ ପୁଅ ବୃନ୍ଦାବନ ଓରଫ ଚିକୁ(୩୦)ଙ୍କୁ ଧରି ସୋମାନଙ୍କଠାରୁ ମୋବାଇଲ ଫୋନ ଓ ଲୁଟରେ ବ୍ୟବହୃତ ଆପାଚି ଗାଡିକୁ ଜବତ କରିଥିଲା। ଲୁଟେରା ଦ୍ବୟଙ୍କୁ ଅଧିକ ତଦନ୍ତକରି ଜେରା ପୋଲିସ କରିବାରୁ ମୋବାଇଲ ଫୋନ ଲୁଟେରା ଗ୍ୟାଙ୍ଗ ପର୍ଦାଫାସ୍ ହୋଇଥିଲା । ପରେ ପୋଲିସ ଏହି ଘଟଣାରେ ପୁଣି ଗ୍ୟାଙ୍ଗର ଆଉ ତିନିଜଣ ଲୁଟେରା ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହେବା ସହ ସେମାନଙ୍କଠାରୁ ବି ମୋବାଇଲ୍ ଜବତ କରିଛି । ଏହି ତିନିଜଣ ଲୁଟେରା ହେଲେ ପିପିଲି ଥାନାଞ୍ଚଳ ସାନକଣ୍ଟିର କାଳୁ ଚରଣ ବେହେରାଙ୍କ ପୁଅ ପବିତ୍ର ଓରଫ ବୁଲୁ(୨୦), ଭିକାରୀ ବେହେରାଙ୍କ ପୁଅ କୃଷ୍ଣଚନ୍ଦ୍ର ଓରଫ ଦିପୁ(୩୨) ଓ ଶତୃଘନ ସାମଲଙ୍କ ପୁଅ ବିଶାନ ଓରଫ ଶିଲୁ(୨୦) । ଅଭିଯୋଗର ତଦନ୍ତକାରୀ ଅଧିକାରୀ ଏସଆଇ ପ୍ରଫୁଲ୍ଲ କୁମାର ଜେନା ମୋବାଇଲ ଲୁଟର ଭିନ୍ନ ଭିନ୍ନ ତିନୋଟି ମାମଲାରେ ଗ୍ୟାଙ୍ଗର ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ଓ ସେମାନଙ୍କ ଠାରୁ ବ୍ୟବହୃତ ଗାଡ଼ି ସହ ୧୫ମୋବାଇଲ ଜବତ କରିଛି।


Share: