ପୁରୁଷ ହକି ବିଶ୍ୱକପ୍ ଟ୍ରଫିକୁ କାମାକ୍ଷାନଗର ଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

Share:

ପପୁ କୁମାର ସାହୁ

ଢେଙ୍କାନାଳ: ଓଡିଶା ହେବ ବିଶ୍ଵ ହକି ହବ୍ ବୋଲି ମୁଖ୍ୟମନ୍ତ୍ରୀ ଙ୍କ ଏହି ଘୋଷଣା କୁ ବାସ୍ତବ ରେ ପରିଣତ କରିବା ପାଇଁ ଓଡିଶା ଆୟୋଜନ କରୁଛି ଦିତୀୟ ଥର ପାଇଁ ବିଶ୍ୱକପ୍ ହକି ଟୁର୍ଣ୍ଣାମେଣ୍ଟ l ଯାହା ଆଗାମୀ 13 ତାରିଖ ରୁ ଆରମ୍ଭ ହୋଇ 29 ତାରିଖ ଯାଏ ଚାଲିବ l ସାରା ବିଶ୍ଵର ଖେଳାଳି ଓ ଖେଳପ୍ରେମୀ ଦର୍ଶକ ମାନେ ଧାଇଁ ଆସିବେ ଓଡିଶା l ଏହି କ୍ରମରେ ଏହି କ୍ରୀଡା ମହାକୁମ୍ଭ ର ଟ୍ରଫି ସାରା ଦେଶରେ ଭ୍ରମଣ କରି ଓଡିଶା ଫେରି ଆସି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀ କୁ ଗସ୍ତ କରୁଛି l ଆଜି ଏହି ଟ୍ରଫି ଢେଙ୍କାନାଳ ଜିଲ୍ଲା ସଦରମହକୁମା ଠାରୁ ବାହାରି ପୁର୍ବାହ୍ନ ରେ କାମାକ୍ଷାନଗର ଠାରେ ପହଁଚି ଥିଲା l ଏହି ଟ୍ରଫି କୁ ସ୍ୱାଗତ୍ ପାଇଁ ଜିଲ୍ଲା ପ୍ରଶାସନ ସମେତ ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l ଟ୍ରଫି ମହୁଲପାଳ ଠାରେ ପହଁଞ୍ଚିବା ପରେ ସେଠାରୁ ରାଜ୍ଯ ପୂର୍ତ୍ତ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ ଙ୍କ ତତ୍ତ୍ଵାବଧାନରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ, କାମାକ୍ଷାନଗର ନଗରପାଳ ଧର୍ମାନନ୍ଦ ପରିଡା, ବ୍ଲକ୍ ଅଧକ୍ଷ ସିପ୍ରା ବରାଳ , ଅତିରିକ୍ତ ଜିଲ୍ଲାପାଳ,ଉପଖଣ୍ଡ ମାଜିଷ୍ଟ୍ରେଟ ଜ୍ୟୋତି ଶଙ୍କର ସାହୁ, ଭୁବନ ତହସିଲଦାର ରୋଜାଲିନ ବେହେରା , ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ବିଡିଓ କଲ୍ଯାଣ ସୌରଭ ଦାସ, ଭବ୍ୟ ସ୍ୱାଗତ୍ କରିଥିଲେ l ପରେ ପରେ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ଗହଣ ରେ ଏକ ବିରାଟ ଶୋଭାଯାତ୍ରାରେ ସବ୍ କଲେକ୍ଟର ଅଫିସ ସମ୍ମୁଖ କୁ ଯାଇଥିଲା l ଏହି ଅବସରରେ ରାସ୍ତାର ଉଭୟ ପାର୍ଶ୍ଵରେ ହଜାର ହଜାର ସଂଖ୍ୟାରେ ଦର୍ଶକମାନେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ଟ୍ରଫି ଉପରେ ପୁଷ୍ପ ବର୍ଷଣ କରିଥିଲେ l ସେଠାରେ କିଛି ସମୟ ସର୍ବସାଧାରଣ ଦେଖିବା ପରେ ଟ୍ରଫି ପରଜଙ୍ଗ ଗସ୍ତରେ ଯାଇଥିଲା l


Share: