ମହା ମିଶ୍ରଣ ଉତ୍ସବ ଅନୁଷ୍ଠିତ

Share:

ରଞ୍ଜନ ଦାସ

ପୁରୀ :ଇଷ୍ଟକୋଷ୍ଟ୍ ରେଲୱେ ଶ୍ରମିକ ୟୁନିୟନ, ପୁରୀ ଶାଖା ତରଫରୁ ଏକ “ମହାମିଶ୍ରଣ ଉତ୍ସବ” ସ୍ଥାନୀୟ ରେଲୱେ୍ ଷ୍ଟେସନ ନିକଟରେ ଥିବା ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ଉତ୍ସବ ରେ ସଂଗଠନର ମହାମନ୍ତ୍ରୀ ଶ୍ରୀ ପ୍ରଦୀପ୍ତ କୁମାର ପାଟସାହାଣୀଙ୍କ କାର୍ଯ୍ୟ ଶୈଳୀରେ ଅନୁପ୍ରାଣିତ ହୋଇ ପ୍ରତିପକ୍ଷ ସଂଗଠନର ଶତାଧିକ କର୍ମକର୍ତ୍ତା ବିଧିବଦ୍ଧ ଭାବରେ ଶ୍ରମିକ ୟୁନିୟନ ସହିତ ଯୋଗଦାନ କଲେ। ଆଗାମୀ ଭବିଷ୍ୟତରେ ସଂଗଠନ ଆହୁରି ଶକ୍ତିଶାଳୀ ହୋଇ ରେଳ କର୍ମଚାରୀଙ୍କ ଦାବି କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନା କରିବ । ଏହି ମିଶ୍ରଣ ଉତ୍ସବରେ ଶ୍ରମିକ କଂଗ୍ରେସ ର ଶ୍ରୀ ରବୀନ୍ଦ୍ର ବରାଳ ଏବଂ ଅନ୍ୟ ମାନଙ୍କ ମଧ୍ୟରେ କମଳେଶ୍ ତିଓ୍ବାରୀ , ଭବାନୀ ଦାଶ୍ , ଜ୍ୟୋତି ରଞ୍ଜନ ମହାନ୍ତି ,ଅଶୋକ ନାୟକ,ଅଜୟ କୁମାର ପରିଡା,ପ୍ରଫୁଲ୍ଲ କୁମାର ବେହେରା,ଜିତୁ ନାୟକ,ପ୍ରକାଶ ସେଠୀ,ରମଣ ଲୋଚନ ବେହେରା ଆଦି ବହୁ କର୍ମକର୍ତ୍ତା ଶ୍ରମିକ ୟୁନିୟନ ସହ ଯୋଡ଼ି ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ଶାଖା ସମ୍ପାଦକ ଶ୍ରୀ ଅମ୍ରିତ୍ ମିଶ୍ରକଂ ଅଧ୍ୟକ୍ଷତାରେ ଶ୍ରୀ କୈଳାସ ପାତ୍ର, ଶ୍ରୀ ଅଭୟ ସାହୁ, ଶ୍ରୀ ଶ୍ରୀଧର ସ୍ୱାଇଁ, ଶ୍ରୀ ନିରଞ୍ଜନ ସାହୁ,ଶ୍ରୀ ଦୀପକ ସେଠୀ ପରିଚାଳନା କରିଥିଲେ, ପରିଶେଷରେ ଶ୍ରୀ ପାଟସାହାଣୀ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଅବଗତ କରାଇଥିଲେ।


Share: