୮୮ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା :ଜିଲ୍ଳା ଜେକେପୁର ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଳା ପୋଲିସ ପକ୍ଷରୁ ଓଡିଶା ପୋଲିସର ୮୮ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଜିଲ୍ଳାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବା ସହ ମହାମହୀମ ରାଜ୍ୟପାଳ ଏବଂ ମାନ୍ୟବର ମୁଖମନ୍ତ୍ରୀଙ୍କ ବାର୍ତା ପଠନ କରିଥିଲେ । ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଗତ ୨୦୨୨ବର୍ଷରେ ନିଜ ର‌୍ୟାଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବାରୁ ଜିଲ୍ଳାର ଶ୍ରେଷ୍ଠ ସବ-ଇନ୍ସପେକ୍ଟର ଭାବେ ଚକ୍ରଧର ବେହେରା, ଆସିଷ୍ଟାଂଟ ସବ ଇନ୍ସପେକ୍ଟର ଉମାକାନ୍ତ ଶବର, ହାବିଲଦାର ରତ୍ନମଣି ସାହୁ,ଶ୍ରେଷ୍ଠ ଓଆର କନଷ୍ଟେବଳ ମାଲବିନ୍ଦି ଯୁଥିଷ୍ଟିର ଦୋରା,ଶ୍ରେଷ୍ଠ ଏପିଆର କନେଷ୍ଟବଳ ନରେଶ କୁମାର ସାହୁ ଓ ଶ୍ରେଷ୍ଠ ଟ୍ରାଫିକ୍ କନେଷ୍ଟବଳ ଭାବେ ନିରାକର ଆରକାଙ୍କୁ ଜିଲ୍ଳା ଏସପି ଆର୍ଥିକ ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । ୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିବା ଦିବସରେ ଓଡିଶା ପୋଲିସର ପ୍ରତିଷ୍ଠା ହୋଇଥିଲା । ରାୟଗଡା ଜିଲ୍ଳାବାସୀଙ୍କ ଧନଜୀବନକୁ ସୁରକ୍ଷା ଦେବା,ଅପରାଧ ନିୟନ୍ତ୍ରଣ କରିବା ସହ ଜିଲ୍ଳାରେ ଆଇନଶୃଙ୍ଖଳା ରକ୍ଷା କରିବା ଓ ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ ଓଡିଶା ପୋଲିସର ଅଧିକାରୀ ଓ କର୍ମଚାରୀମାନେ ନିଜର ଉତମ ପୋଲିସ ସେବା ଯୋଗାଇ ଦେବା ପାଇଁ ଅହରହ ଉଦ୍ୟମରତ ଅଛନ୍ତି । ସମସ୍ତଙ୍କ ମିଳିତ ସହଯୋଗ ରହିଲେ ଆମେ ଆହୁରି ଉତମ ପୋଲିସ ସେବା ଯୋଗାଇ ଦେଇପାରିବୁ ବୋଲି ଜିଲ୍ଳା ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।
ବାଇଟ- ବିବେକାନନ୍ଦ ଶର୍ମା (ଜିଲ୍ଳା ଆରକ୍ଷୀ ଅଧୀକ୍ଷକ,ରାୟଗଡା)


Share: