ଢେଙ୍କାନାଳ ଡାକମଣ୍ଡଳର ୫୧ତମ ପ୍ରତିଷ୍ଠା ଦିବସ

Share:

ପପୁ କୁମାର ସାହୁ

ଢେଙ୍କାନାଳ : ଅବିଭକ୍ତ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାକୁ ନେଇ ଗଠିତ ଢେଙ୍କାନାଳ ଡାକମଣ୍ଡଳର ୫୧ତମ ପ୍ରତିଷ୍ଠା ଦିବସ ବୁଧବାର ସଂଧ୍ୟାରେ ପାଳନ କରାଯାଇଛି । ଏହି ପ୍ରତିଷ୍ଠା ଦିବସରେ ଢେଙ୍କାନାଳ ଡାକ ମଣ୍ଡଳର ଡାକ ଅଧ୍ୟକ୍ଷକ ଜଗଦିଶ ଦାଶ ଅଧ୍ୟକ୍ଷତା କରି ଜନସାଧାରଣଙ୍କର ବର୍ତମାନ ଓ ଭବିଷ୍ୟତ ଆବଶ୍ୟକତା ଦୃଷ୍ଟିରେ ରଖି ଆନ୍ତରିକତା ସହ ଉତମ ସେବା ପ୍ରଦାନ କରିବାରେ ନିଜକୁ ନିୟୋଜିତ କରିବାକୁ ଉପସ୍ଥିତ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଡାକ ବିଭାଗର କର୍ମଚାରୀମାନଙ୍କର ସମୟାନୁବର୍ତିତା , ବିଶ୍ୱସନୀୟତା ଓ କାର୍ଯ୍ୟଦକ୍ଷତାକୁ ଉଚ୍ଚ ପ୍ରଶଂସା କରିଥିଲେ । ଉକ୍ତ ପ୍ରତିଷ୍ଠା ଦିବସରେ ଡାକ ବିଭାଗର ଡାକ ଅଧ୍ୟକ୍ଷକ ଜଗଦିଶ୍ ଦାଶ , ଇଣ୍ଡିଆ ପୋଷ୍ଟ ପେମଂଟସ୍ ବ୍ୟାଙ୍କର ସିନିୟର ମ୍ୟାନେଜର ହିମାଂଶୁ ଶେଖର ଧଳ ଏବଂ ଢେଙ୍କାନାଳ ଡିଭିଜନର ଉପଡାକ ଅଧ୍ୟକ୍ଷକ ନୀଳମଣି ଜାନୀଙ୍କ ଉପସ୍ଥିତିରେ ଏହି ୫୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଉକ୍ତ ପ୍ରତିଷ୍ଠା ଦିବସକୁ ଅନ୍‌ଲାଇନ୍ , ୟୁଟ୍ୟୁବ ଲିଙ୍କ୍ ମାଧ୍ୟମରେ ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯାଇଥିଲା । ଫଳରେ ସମସ୍ତ ଡାକ ପରିବାର ଓ ଅନ୍ୟ ସଂପୃକ୍ତ ବ୍ୟକ୍ତିମାନେ ଯୋଡି ହୋଇ ଉକ୍ତ ପ୍ର ତିଷ୍ଠା ଦିବସକୁ ଉପଭୋଗ କରିଥିଲେ । ଏହି ଅବସରରେ ଡାକ ବିଭାଗର ବିଭିନ୍ନ ବର୍ଗର ଉତମ ସେବା ପ୍ରଦାନ କରିଥିବା ଡାକ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଡାକ ବିଭାଗର ସମସ୍ତ କର୍ମଚାରୀମାନଙ୍କର ଉପସ୍ଥିତିରେ ଏହି କାର୍ଯ୍ୟକ୍ରମଟି କରାଯାଇଥିଲା । ସଭା ଶେଷରେ ଡାକ୍ତ ବିଭାଗର ଉପଡାକ ଅଧ୍ୟକ୍ଷକ ନୀଳମଣି ଜାନି ଉପସ୍ଥିତ କର୍ମଚାରୀ ବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


Share: