୫ ଜଣ ଓ୍ବାରେଣ୍ଟି ସହ ଜଣେ ମୂଦାଲା ଗିରଫସମସ୍ତଙ୍କୁ କୋର୍ଟ ଚାଲାଣ

Share:

ପପୁ କୁମାର ସାହୁ

ଦେଙ୍କନାଳ :ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ପକ୍ଷରୁ ୫ଜଣ ଓ୍ବାରେଣ୍ଟିଙ୍କ ସହ ଜଣେ ମୁଦାଲାକୁ ଗତକାଲି ରାତିରେ ଗିରଫ କରାଯାଇଛି। ଗିରଫ 5 ୱାରେଣ୍ଟ ଯମୁନା କୋଟ୍ ଗ୍ରାମର ବୋଲି ଜଣାପଡିଛି l ସୂଚନା ଅନୁଯାଇ ଯମୁନାକୋଟ ଗ୍ରାମ ର ମନୋଜ ବେହେରା,ଉଗ୍ରେସନ ବାରିକ,ଅନୁପ ବେହେରା,ସର୍ବେଶ୍ବର ବାରିକ ଓ ମାୟାଧର ବେହେରାଙ୍କ ନାମରେ ୨୦୨୧ ମସିହାରେ ବାଲିଘାଟ ଗଣ୍ଡଗୋଳକୁ ନେଇ ମାମଲା ରୁଜୁ ହୋଇଥିଲା, ସେମାନେ ଦିର୍ଘଦିନ ଧରି ଫେରାର୍ ଥିଲେ ତେଣୁ କୋର୍ଟ ପକ୍ଷରୁ NBW ଓ୍ବାରେଣ୍ଟ ଇସ୍ୟୁ ହୋଇଥିଲା। ସେହିପରି ୨୦୨୨ ମସିହାରେ ଟାଙ୍ଗେରିଆ ଗ୍ରାମର ବିମଳ ନାଏକ ମହୁଲପାଳ ରାଜସ୍ବନିରିକ୍ଷକଙ୍କୁ ର୍ଦୁବ୍ୟବହାର କରି ବାଲିବୋଝେଇ ଟ୍ରାକ୍ଟରକୁ ନେଇଯାଇଥିବା ମାମଲାରେ ଭୁବନ ଥାନା ପକ୍ଷରୁ କେସରୁଜୁ କରାଯାଇଥିଲା। ତେବେ ଛଅଜଣ ଅଭିଯୁକ୍ତଙ୍କୁ ଭୁବନ ପୋଲିସ ଆଜି କୋର୍ଟ ଚାଲାଣ କରିଛି।


Share: