ଟ୍ରକ ଧକାରେ ଝିଅ ମୃତ ବାପା ଗୁରୁତର

Share:

ପପୁ କୁମାର ସାହୁ

ଦେଙ୍କନାଳ :ସରି ଯାଇଥିଲା ମାଟ୍ରିକ୍ ପରୀକ୍ଷା, ଛୁଟି କଟାଇବା ପାଇଁ ବାପା ଙ୍କ ସହିତ ଝିଅ ଆସୁଥିଲା ମାମୁଁ ଘରକୁ, ମାତ୍ର ନିୟତି ର ଗତି ଥିଲା ଭିନ୍ନ, ମାମୁଁ ଘର ପହଁଞ୍ଚିବା ପାଇଁ ଅଳ୍ପ ଦୂର ଥିବା ବେଳେ ଦୁର୍ଘଟଣା ଘଟି ଝିଅ ର ଚାଲିଗଲା ଜୀବନ l ସୂଚନା ଅନୁଯାଇ ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ଛକ ନିକଟ ଜାତୀୟ ରାଜପଥ ୫୩ ରେ ମର୍ମନ୍ତୁଦ ଶଡକ ଦୁର୍ଘଟଣା । ବାଇକକୁ ପଛପଟୁ ପିଟିଲା ଟ୍ରକ ଝିଅ ମୃତ ବାପା ଗୁରୁତର । ବାପ ଝିଅ ଦୁହେଁ ନିଜ ବାଇକ ସାହାଯ୍ୟରେ ନିଜ ଘର ପର୍ଜଙ୍ଗ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗ୍ରାମରୁ ନିଜ ଶଶୁର ଘରକୁ ଆସୁଥିବା ସମୟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳର ସୁରପ୍ରତାପପୁର ଫାଣ୍ଡି ଅଧିକାରୀ ନିଜ ଭ୍ୟାନ ସହାୟତାରେ ବାପଝିଅଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମେଡିକାଲରେ ଝିଅର ମୃତ୍ୟୁ ହୋଇଥିଲା । ମୃତ ଝିଅ ସ୍ବାତି ସୁଚରିତା ଜେନା 16ବର୍ଷ ପିତା ଅଭିରାମ ଜେନା ବୋଲି ଜଣାପଡିଛି । ତେବେ ଅଭିରାମ ଜେନା ଶଶୁର ଘର ଭୁବନ ଥାନା ଅନ୍ତର୍ଗତ ଧଳପଡା ଗ୍ରାମକୁ ଯାଉଥିବା ଜଣାପଡିଛି । ତେବେ ମୃତକ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଥିବା ଜଣାପଡିଛି । ପରୀକ୍ଷା ସରିଲା ପରେ ବାପାଙ୍କl ସହିତ ଅଜା ଘରକୁ ଯାଉଥିଲେ ।


Share: