ଦେଶରେ କରୋନା ଟୀକାକରଣ ଆଜି ସହେକୋଟି ରେ ପହଞ୍ଚିଛି ଏହି ସଫଳତାକୁ ସ୍ୱାଗତ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ ।

ପୁରୀ :ଦେଶରେ କରୋନା ଟୀକାକରଣ ଆଜି ଶହେ କୋଟିରେ ପହଞ୍ଚିଛି । ଏହି ସଫଳତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାଗତ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଡାକ୍ତର, ପାରାମେଡିକ ଏବଂ ଅନ୍ୟାନ୍ୟ ପଦାଧିକାରୀ ପ୍ରମୁଖ ବେଲୁନ ଉଡାଇ ଓ ପ୍ରତୀକାତ୍ମକ ଭାବେ ମହମବତୀ ଜାଳି ଏହି ମାଇଲଷ୍ଟୋନକୁ ଉତ୍ସାହିତ ଭାବେ ସ୍ବାଗତ କରିଛନ୍ତି । ଏପର୍ଯ୍ୟନ୍ତ ଜିଲ୍ଲାରେ ୧୫ ଲକ୍ଷ ୫ ହଜାର ୬୪ ଜଣଙ୍କୁ ଟୀକା ଦିଆଯାଇଥିବା ବେଳେ ସେଥି ମଧ୍ୟରୁ ୧୦ ଲକ୍ଷ ୪୦ ହଜାର ୨୯୮ ଜଣଙ୍କୁ ପ୍ରଥମ ଡୋଜ ଓ ୪ ଲକ୍ଷ ୬୪ ହଜାର ୭୬୬ ଜଣଙ୍କୁ ଦ୍ବିତୀୟ ଡୋଜ ଟୀକା ପ୍ରଦାନ କରାଯାଇଛି ।


Share: