ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସଂପର୍କରେ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନରଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା।

Share:

ଦିବ୍ୟକାନ୍ତ ବେହେରା

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ୨୦୨୨ ଫ୍ରେବୃଆରି ମାସ ଆରମ୍ଭ ହବା ସୁନିଶ୍ଚିତ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର୍। ବର୍ତ୍ତମାନ ନିର୍ବାଚନ ନିମନ୍ତେ କେମିତି ରହିଛି ଏବଂ ଆଗାମୀ ଦିନରେ କେମିତି ରହିବ ପଞ୍ଚାୟତ ଗୁଡିକ ସେ ନେଇ ନିର୍ବାଚନ କମିଶନର ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି।

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ତା.୪/୧୦/୨୦୨୧ରେ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଚିଠି ଅନୁସାରେ ଜିଲ୍ଲାପାଳମାନେ ସଂପୃକ୍ତ ଜିଲ୍ଲାର ପଞ୍ଚାୟତ ନିର୍ବାଚନ ପାଇଁ ୱାର୍ଡ ପରିସୀମା ନିର୍ଦ୍ଧାରଣ ଓ ପଦ ସଂରକ୍ଷଣ କାର୍ଯ୍ୟ ସମାପ୍ତ କରି ତାହାର ତାଲିକା ତା ୨୬/୧୦/୨୦୨୧ରିଖ ସୁଦ୍ଧା ରାଜ୍ୟ ନିର୍ବାଚନ କମିଶନରଙ୍କ ପାଖରେ ଦାଖଲ କରିବାପାଇଁ କୁହାଯାଇଛି। ଏହି ତାଲିକାକୁ ଜିଲ୍ଲାପାଳମାନେ ନିର୍ଦ୍ଧାରିତ ପ୍ରୋଫର୍ମରେ ସ୍ଵତନ୍ତ୍ର ବାର୍ତ୍ତାବହ ଜରିଆରେ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ପଞ୍ଚାୟତ ନିର୍ବାଚନରେ ବ୍ୟବହୃତ ହବାକୁ ଥିବା ବାଲାଟ୍ ବକ୍ସର କଣ୍ଡୁସନ କେମିତି ରହିଛି , ଜିଲ୍ଲା ସ୍ତରରେ କେତେ ବାଲାଟ୍ ବକ୍ସ ରହିଛି ଏବଂ ଆଉ କେତେ ବାଲାଟ୍ ବକ୍ସ ଦରକାର ରହିଛି ସେ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ନିର୍ବାଚନ କମିଶନର୍। ବାଲାଟ୍ ବକ୍ସ ଗୁଡିକର ମରାମତି ଏବଂ ରଗଂ ମାରିବା ପାଇଁ ୧କୋଟି ୧୬ଲକ୍ଷ ଟଙ୍କା ଜିଲ୍ଲା ଗୁଡିକୁ ପ୍ରଦାନ କରିଛନ୍ତି ୧୫/୧୧/୨୦୨୧ ରିଖ ସୁଦ୍ଧା ଏ ସବୁ କାର୍ଯ୍ୟ ସମାପ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ନିର୍ବାଚନ ପରେ ଭୋଟଗଣତି ସମ୍ପର୍କରେ ନିର୍ବାଚନ କମିଶନ ଏକ ବିସ୍ତୃତ ନିୟମାବଳୀ ଜାରି କରିଛନ୍ତି। ପ୍ରତି ଜିଲ୍ଲାରେ ବ୍ଲକ୍ ମୁଖ୍ୟାଳୟ ଭୋଟଗଣତି କେନ୍ଦ୍ର ଚିହ୍ନଟ କରିବା ସହ ଭୋଟ ଗଣତି କେନ୍ଦ୍ରର ତଦାରଖ ପାଇଁ ନିର୍ବାଚନ କମିଶନ ସମସ୍ତ ଜିଲ୍ଲାପାଳଙ୍କୁ ସୁଚିତ କରେଇଥିଲେ।

ପଞ୍ଚାୟତ ନିର୍ବାଚନ ନିମନ୍ତେ ଜାନୁଆରୀ ୨୦୨୧ରେ ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟର ତାଲିକା ସମସ୍ତ ଜିଲ୍ଲା ଗୁଡିକୁ ସି.ଡି ଜରିଆରେ ପଠେଇଦେଇଛନ୍ତି ନିର୍ବାଚନ କମିଶନ। ଏହାକୁ ଆଧାର କରି ଜିଲ୍ଲା ସମୂହ ଏକ୍ସେଲ୍ ଫର୍ମାଟ ରେ ଆସନ୍ତା ୨୦୨୨ରେ ହବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୨୫/୧୦/୨୦୨୧ ସୁଦ୍ଧା ପଞ୍ଚାୟତ ନିର୍ବାଚନ ନିମନ୍ତେ ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କ ନିଜୁକ୍ତି କାମ ସାରିବାକୁ ଚିଠିରେ ଅବଗତ କରେଇଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେଉଁଠାରେ ଭୋଟ ଗ୍ରହଣ କେନ୍ଦ୍ର ପାଇଁ ସୁବିଧା ନ ଥିବ ସେଠାରେ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୁଦାୟ କାର୍ଯ୍ୟ କଲାବେଳେ ନିର୍ବାଚନ କମିଶନଙ୍କ ତରଫରୁ ଜାରି କରାଯାଇଥିବା ସମସ୍ତ ନିୟମାବଳୀକୁ ମାନିବକୁ ରୋକ୍ ଠୋକ୍ ଶୁଣେଇଦେଇଛନ୍ତି।

ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ନିର୍ବାଚନ କମିଶନଙ୍କ ସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ, ନିର୍ବାଚନ କମିଶନ ସଚିବ ଶ୍ରୀ ରବିନ୍ଦ୍ରନାଥ ସାହୁ , ଉପସଚିବ ଆଜାଦ୍ ହିନ୍ଦ ପ‍ାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।


Share: