ଜିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ

Share:

ପପୁ କୁମାର ସାହୁ

ଢେଙ୍କାନାଳ: ଢେଙ୍କାନାଳ ସଦର ମହକୁମାରେ ଓଡିଶା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସଂଧ୍ୟାରେ ସ୍ଥାନୀୟ ମିନିଷ୍ଟାଡିୟମ୍ ପରିସରରେ ଆୟୋଜିତ ସାଧାରଣ ସଭା ଓ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବରପୂତ୍ରମାନଙ୍କ ଅବଦାନକୁ ସ୍ମରଣ କରିଥିଲେ । ଗୋଟିଏ ଜାତିର ଭାଷା ହିଁ ଜାତିକୁ ଉନ୍ନତି ପଥରେ ଅଗ୍ରସର କରିଥାଏ । ତେଣୁ ଭାଷାର ଉନ୍ନତି ହେଲେ ଜାତିର ଉନ୍ନତି ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓଡିଶା ଏକ ପଦ୍ମ ସଦୃଶ ହୋଇଥିବାବେଳେ ସମସ୍ତ ଜିଲ୍ଲା ଗୋଟିଏ ଗୋଟିଏ ପାଖୁଡା ସଦୃଶ । ଢେଙ୍କାନାଳ ଏହାର କେଶର ବୋଲି ସେ ମତବ୍ୟକ୍ତ କରିିଥିଲେ । ସମସ୍ତେ ମିଳିମିଶି ଭାଷାର ଉନ୍ନତି କରିବା ସହ ଢେଙ୍କାନାଳ ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେବାପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ଡିଏଫଓ ସୁମିତ କର, ଅତିରିକ୍ତ ଜିଲ୍ଲାପାଳ ଉଦୟ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତନ୍ମୟ ଦରୱାନ୍, ଅବସରପ୍ରାପ୍ତ ପ୍ରଫେସର ଅଟଳ ବିହାରୀ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।


Share: