ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଉପଦେଷ୍ଟା ଙ୍କ ବିଜେଡି କାର୍ଯ୍ୟାଳୟ ପରିଦର୍ଶନ

Share:

ଅମୁଲ୍ୟ ନିଶଙ୍କ
ରାୟଗଡା :ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ର ଉପଦେଷ୍ଟାଶ୍ରୀ ଦୁର୍ଗା ସାମନ୍ତରାୟ ରାୟଗଡା ଗସ୍ତରେ ଆସି ସନ୍ଧ୍ୟା ସମୟ ରେ ରାୟଗଡା ବିଜୁ ଜନତା ଦଳ କର୍ମୀ କାର୍ଯ୍ୟାଳୟ ପରିଦର୍ଶନ ରେ ଆସିଥିଲେ l ଶ୍ରୀ ସାମନ୍ତରାୟ ଙ୍କୁ ରାୟଗଡା ର ବରିଷ୍ଠ ବିଜେଡି ନେତା ୟାଲା ଭେଙ୍କେଟଶ୍ୱର ରାଓ କୋଣ୍ଡା ବାବୁ, ଇପିଲି ଧବଳେଶ୍ୱର ନାଇଡ଼ୁ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ପି ଗୌରୀ ଶଙ୍କର ରାଓ, କାଶୀ ନାଇଡ଼ୁ ପ୍ରମୁଖ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଦୀର୍ଘ 22 ବର୍ଷରୁ ଉର୍ଦ୍ଧ ଧରି ଓଡିଶା ବାସି ଙ୍କ ସେବାରେ ଲାଗିଛନ୍ତି l ରାୟଗଡା ଠାରେ ଏକ ବିଜେଡି କାର୍ଯ୍ୟାଳୟ ଖୋଲାଯାଇଛି ଏହା ଅତି ଆନନ୍ଦ ର ବିଷୟ l ଦଳୀୟ କର୍ମୀ ତଥା ଜନସାଧାରଣ ଏହି ଠାକୁ ଆସି ସେମାନଙ୍କ ଅଭାବ ଅସୁବିଧା ସହିତ ଦଳୀୟ ସ୍ଥିତି ଉପରେ ଆଲୋଚନା କରିପାରିବେ ବୋଲି କହିଥିଲେ l ଦଳକୁ ମଜବୁତ କରିବା ପାଇଁ କୋଣ୍ଡା ବାବୁ ଲାଗିପଡିଛନ୍ତି ତାଙ୍କରି ପଛରେ ରହି ଆମେ ଦଳୀୟ କର୍ମୀ ଙ୍କ ସହିତ ମିଳିମିଶି ବିଜେଡି ଦଳକୁ ଟାଣ କରିବାରେ ସକ୍ଷମ ହୋଇପାରୁଛୁ ବୋଲି ପି ଗୌରୀ ଶଙ୍କର କହିଥିଲେ l ପ୍ରତଦିନ ବହୁ ସଂଖ୍ୟାରେ ଜନସାଧାରଣ ଆସି ତାଙ୍କରି ସମସ୍ୟା କହିଥାନ୍ତି ଆମ ଦ୍ୱାରା ଯେଉଁ ସମସ୍ୟା ଦୂର ହେଉଛି ତାହା କରୁଛୁ ଯଦି କିଛି ଜଟିଳ ସମସ୍ୟା ହେଲେ ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ଓ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଙ୍କ ଦୃଷ୍ଟି କୁ ନେଇ ସମାଧାନ କରୁଛୁ ବୋଲି ଇପିଲି ଧବଳେଶ୍ଵସର ନାଇଡ଼ୁ କହିଥିଲେ l ବିଜେଡି କାର୍ଯ୍ୟାଳୟ କୁ ଶ୍ରୀ ସାମନ୍ତରାୟ ଆସି ଦଳୀୟ ନେତା କର୍ମୀ ଙ୍କ କାର୍ଯ୍ୟରେ ବହୁତ ଖୁସି ହୋଇଥିଲେ l ରାୟଗଡା ଜ଼ିଲ୍ଲା ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ଅତୁନ ସବ୍ୟସାଚୀ ନାୟକ ଙ୍କୁ ପୁଣି ଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ସେଥିପାଇଁ ଅତୁନ ଭାଇ ଙ୍କ ସହିତ ଯୋଗାଯୋଗ କରି ଦଳକୁ ମଜବୁତ କରିବା ପାଇଁ ପରାମର୍ଶ ଦେଇଥିଲେ l କୋଣ୍ଡା ବାବୁ, ଗୌରୀ ଶଙ୍କର, ଧବଳେଶ୍ୱର କାଶୀନାଇଡ଼ୁ ବହୁ ଅନୁଭବୀ ନେତା ତାଙ୍କରି ପଛରେ ରହି କାମ କରିବାକୁ ଉପସ୍ଥିତ କର୍ମୀ କୁ ପରାମର୍ଶ ଦେଇଥିଲେ l ପି ମଣିରତ୍ନମ କଣ୍ଡାବାତୁଲୁ ଶ୍ରୀନୁ ସାଧାରଣ ସମ୍ପାଦକ ବିକୁ ୟୁବ ଜନତା ଦଳ, ନାଗି ରବି ରେଡି ଯୁଗ୍ମ ସମ୍ପାଦକ ବିଜୁ ୟୁବ ଜନତା, କେ ସି ପଟ୍ଟନାୟକ, ଆଇନଜୀବୀ ବିରଜା ପାତ୍ର, ଦିନଙ୍କର ବାଙ୍ଗାରି, ନାମଦେବ ମଣ୍ଡାଙ୍ଗୀ, କୋତାପେଟା ଗ୍ରାମ୍ୟ ଉନୟନ କମିଟି ସମ୍ପାଦକ ଲକ୍ଷ୍ମଣ ରାଓ ଙ୍କ ସମତେ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ l


Share: