ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା ପକ୍ଷରୁ ସାରସ୍ଵତ ସାଧକଙ୍କୁ ଶ୍ରଦ୍ଧାଞ୍ଜଳି ।

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର /କଟକ : କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ”ର ‘ନୃସିଂହ ଆନନ୍ଦ ସ୍ମୃତି ପୂଜ୍ୟ ପୂଜା ଭବନ,ପଟଣା’ ଠାରେ ପବିତ୍ର ବ୍ରାହ୍ମ ମୁହୂର୍ତ୍ତରେ ପ୍ରତିଷ୍ଠାନ ତରଫରୁ ମୁଖ୍ୟ ଉପଦେଷ୍ଟା କବୟିତ୍ରୀ ସରୋଜ ନଳିନୀ ପରିଜା ଏବଂ ସାଧାରଣ ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତିଙ୍କ ଉପସ୍ଥିତିରେ ନାଟ୍ୟକାର ପଦ୍ମଶ୍ରୀ ମନୋରଞ୍ଜନ ଦାସ ଏବଂ ବିଶିଷ୍ଟ ଶିକ୍ଷାବିତ୍ ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରାଯାଇଅଛି । ସୂଚନାଯୋଗ୍ୟ ବିଶିଷ୍ଟ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ବିଭିନ୍ନ ସାରସ୍ଵତ ପ୍ରତିଭା ମାନଙ୍କର ଜନ୍ମ ଜୟନ୍ତୀ ଅବା ଶ୍ରାଦ୍ଧ ଉତ୍ସବ ପାଳନ କରି ସଦର ମାଟିରେ ପୂଜ୍ୟପୂଜା କିମ୍ବଦନ୍ତୀର ମହନୀୟ ଆଉ ଅତି ମାନବୀୟ ଚିନ୍ତା ଚେତନାକୁ ଦ୍ୟୁଗୁଣିତ କରିଛନ୍ତି ।


Share: