-୬ଦଫା ଦାବିନେଇ ଧାରଣାରେ ବସିଲେ ପ୍ରକୃତି ପ୍ରେମୀ ଏବଂ ଏକତା ପରିଷଦ ଟ୍ରଷ୍ଟ

Share:

08/09/2021: ବନବିଭାଗ ପକ୍ଷରୁ ନିରୀହ ଆଦିବାସୀଙ୍କ ଉପରେ ମିଥ୍ୟା ମକଦ୍ଦମା ପ୍ରତିବାଦରେ ଆଜି ବାଲୁଗାଁ ବନବିଭାଗ ଓ ଏସ୍.ଡି,ପି.ଓ. ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଦେଇଛନ୍ତି ପ୍ରକୃତି ପ୍ରେମୀ ଅନୁଷ୍ଠାନ ପ୍ରେରଣା ଇଣ୍ଟରନାସନାଲ ସଂଘଠନ ଓ ସ୍ଥାନୀୟ ଜନସାଧାରଣ।

ଏସିଆ ମହାଦେଶର ସର୍ବ ବୃହତ୍ତମ ଶାଗୁଆନ ଜଙ୍ଗଲ ଖୋର୍ଦ୍ଧା ବନଖଣ୍ଡ ଅଧିନ ବାଣପୁର ବ୍ଲକ୍ ଆଦିବାସୀ ଅଧ୍ୟୁଷିତ ଦାମିଆ ବରବରାରେ ଅବସ୍ଥିତ । କିନ୍ତୁ ଏବେ ଜଙ୍ଗଲରେ ଗଛ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ବନବିଭାଗ ଓ କାଠ ମାଫିଆ ମାନଙ୍କ ମଧୂ ଚନ୍ଦ୍ରିକାରେ ଚାଲିଛି ଶହ ଶହ ଶାଗୁଆନକାଠ ର ହରିଲୁଟ । ଯାହାକୁ ନେଇ ଏବେ ପରିବେଶବିତ ଓ ସ୍ଥାନୀୟ ଜଙ୍ଗଲ କମିଟି ଚିନ୍ତା ପ୍ରକଟ କରିଛନ୍ତି ।

ଏହି ଶାଗୁଆନ ଜଙ୍ଗଲ ସୁରକ୍ଷା ଦାଇତ୍ୱ ପୂର୍ବରୁ କେନ୍ଦ୍ରିୟ ସୁରକ୍ଷା ବଳଙ୍କ ଦାୟିତ୍ୱରେ ଥିବା ବେଳେ ଏବେ ତାହାକୁ ହଟାଇ ଦିଆଯାଇ ଜଙ୍ଗଲ ବିଭାଗ ହାତକୁ ଟେକି ଦେଇଛନ୍ତି ରାଜ୍ୟ ସରକାର । ଫଳରେ ବନ କର୍ମଚାରୀ ଓ କାଠ ମାଫିଆଙ୍କ ମଧୂ ଚନ୍ଦ୍ରିକାରେ ପ୍ରତିଦିନ ବଡ ବଡ ଶାଗୁାଆନ ଗଛ କାଟି ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ଗତ ୧ତାରିଖରେ ବନ କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେଉଥିବା ସ୍ଥାନୀୟ ବନ ସୁରକ୍ଷା ସମିତି ଅଗୋଚରରେ ବଡ ବଡ ଶାଗୁଆନ ଗଛ କାଟି ଗ୍ରାମବାସୀଙ୍କ ଦ୍ଵାରା ଅଟକ ରହିବା ଘଟଣା ସାରା ଅଂଚଳରେ ବନ ବିଭାଗର କାଠ ମାଫିଆ ମାନଙ୍କ ସହ ସଂପର୍କ କୁ ପୁଣି ଥରେ ପଦାରେ ପକାଇଥିଲା । ବନ ବିଭାଗ କର୍ମଚାରୀ ମାନେ ଏ ନେଇ ପୋଲିସ୍ ରେ ଅଭିଯୋଗ କରିବା ପରେ ସ୍ଥାନୀୟ ପୋଲିସ୍ ୨ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ୍ ଓ ବନ ବିଭାଗ ର ଏଭଳି କାର୍ଯ୍ୟକୁ ତିବ୍ର ବିରୋଧ ସହିତ ୬ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ବାଲୁଗାଁ ରେଞ୍ଜର୍ ପ୍ରତାପ କୁମାର ମହାନ୍ତି ଏବଂ ବାଲୁଗାଁ ଉପଖଣ୍ଡ ଥାନା ଅଧିକାରୀ ମାନସ ବାରିକଙ୍କୁ ପ୍ରେରଣା ଅନୁଷ୍ଠାନର ସଭାପତି ତଥା ପ୍ରକୃତି ପ୍ରେମୀ ଡଃ ଦିଲିପ କୁମାର ଶ୍ରୀଚନ୍ଦନ । ସ୍ଥାନୀୟ ପ୍ରଶାସନ ହେଉ ଅବା ଜଙ୍ଗଲ ବିଭାଗର ଏଭଳି ଆଚରଣକୁ ଦୃଢ ନିନ୍ଦା କରିଛନ୍ତି ଧାରଣାରତ ଦାମିଆ , ବରବରା ବାସିନ୍ଦା।

end…
place- khordha
Reporter- Dibyakanta Behera


Share: