ବିଜେପି କର୍ମୀଙ୍କୁ ମାଡ ମାରି ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ମୋବାଇଲ୍ ଛଡାଇ ନେଇ ଜେଲ୍ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।

Share:

ଦିବ୍ୟକାନ୍ତ ବେହେରା

ଖୋର୍ଦ୍ଧା : ୨୦୧୯ରେ ବେଗୁନିଆ ଛାଡି ଚିଲିକାରୁ ବିଧାୟକ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ସେବେଠାରୁ ଆରମ୍ଭ ହୋଇଥିଲା ଦଳିୟ କାର୍ଯ୍ୟକ୍ରମ ଚିଲିକାରେ।

ସବୁଦିନ ଭଳି ଅଗଷ୍ଟ ୩୧ତ‍ାରିଖ ଦିନ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ଆକ୍ରୀତି ଗୋୟେଙ୍କା ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ହିତାଦିକାରୀଙ୍କୁ ପ୍ରଦାନ କରିଥାଆନ୍ତେ ପ୍ରଧାନମାନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ଏବଂ ଭତ୍ତା। କୌଣସି ସୂତ୍ର ରୁ ଖବର ପାଇ ବାଲୁଗାଁ ବିଜେପି କର୍ମୀ ଏନ୍ ଏ ସି ଅଫିସ୍ କୁ ଆସି ସବୁ ଭଣ୍ଡୁର କରିଦେଇଥିଲେ। ବିରୋଧିଙ୍କ କହିବା କଥା ହେଲା ଯେ ଆଜ୍ଞା ଆଜକୁ ତିନି ମାସ ହେଲାଣି ଲୋକଙ୍କୁ ୱାର୍କ ଅର୍ଡର ନ ଦେଇ ଆଜି ପର୍ଯ୍ୟନ୍ତ କାହିଁ ରଖିଛନ୍ତି। ଆଉ ସରକାରୀ କାର୍ଯ୍ୟକ୍ରମରେ ବିଧାୟକ ହସ୍ତକ୍ଷେପ କରିପାରିବେନି। ସେଦିନ ନିଜେ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ବିରୋଧିଙ୍କୁ ମନା କଲେ ଏବଂ କହିଲେ ମୁଁ ନିଜେ ଲୋକଙ୍କୁ ବ‍ାଣ୍ଟିବି, କୌଣସି ରାଜନେତା ଏଥିରେ ରହିବେ ନାହିଁ। ଏ ସବୁ କଥା ଶୁଣି ବିରୋଧିମାନେ ଜିଏ ଯାହା ରାସ୍ତାରେ ଯାଇଥିଲେ। ଠିକ୍ ତାହାର ଆଠଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୮ ତାରିଖ ୨୦୨୧ ତାରିଖ ଦିନ ବାଲୁଗାଁ ଏନ୍ ଏ ସି ଅଧିକାରିଣୀ ମ୍ୟାଡାମ୍ ଏବଂ ବିଧାୟକ ବାଣ୍ଟିବାର ବ୍ୟବାସ୍ଥା ପୂର୍ବ ପରି ପୁଣି ଆୟୋଜନ କରାଯାଇଥିଲା। ଠିକ୍ ସେହିଭଳି ବିରୋଧିମାନେ କୌଣସି ସୂତ୍ର ରୁ ଖବର ପାଇ ପହଞ୍ଚିଯାଇଥିଲେ ଦିନ ୧୦:୩୦ ସମୟରେ କାର୍ଯ୍ୟାଳୟ ଠାରେ। କାର୍ଯ୍ୟନିର୍ବାହୀ ଅଧିକାରିଣୀ ଏବଂ ବିରୋଧି ନେତାଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଯାଇଥିଲା। ପରେ ପରେ ପୋଲିସ୍ ଖବର ପାଇ କାର୍ଯ୍ୟାଳୟଠାରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରି କାର୍ଯ୍ୟାଳୟ ପରିସର ବାହାରକୁ କାଢିଦେଇଥିଲେ। କିନ୍ତୁ ସେହିଦିନ ଠିକ୍ ୩ଟା ସମୟରେ ପହଞ୍ଚି ବିଧାୟକ ମାଡ ମାରିବା ଆରମ୍ଭ କରିଥିଲେ ବିରୋଧି ଦଳ ର ଲୋକମାନଙ୍କୁ। ସେହି ସମୟରେ ଜନୈକ ଦୈନିକ ଖବରକାଗଜ ମହାଭାରତର ସାମ୍ବାଦିକ ଉକ୍ତ ଜାଗାରେ ପହଞ୍ଚି ନିଜ ମୋବାଇଲରେ କଏଦ୍ କରୁଥିଲେ ପ୍ରମୁଖ ଘଟଣାମାନ। ଠିକ୍ ସେହି ସମୟରେ ବିଧାୟକ ସାମ୍ବାଦିକଙ୍କ ପାଖକୁ ଆସି ମୋବାଇଲଟିକୁ ଛଡେଇ ନେଇ ନିଜେ ପିନ୍ଧିଥିବା ସାର୍ଟ୍ ର ବାମ ପଟ ପକେଟରେ ରଖିଦେଇଥିଲେ। ସାମ୍ବାଦିକ ବନ୍ଧୁ ଜଣଙ୍କ ବିଧାୟକଙ୍କୁ ବାର ବାର ମୋବାଇଲ୍ ମାଗିବା ପରେ ବିଧାୟକ ବିଭିନ୍ନ ପ୍ରକାର ଗାଳି ଗୁଲଜ କରିଥିଲେ। ଏ ସମୁଦାୟ ଘଟଣାକୁ ନେଇ ବିଧାୟକଙ୍କ ବିରୁଦ୍ଧରେ ବାଲୁଗାଁ ଥାନାରେ ୧୫୬/୨୦୨୧ରେ ମାମଲା ରୁଜୁ ହେଲ। ବିଧାୟକ ସେହି ଦିନ ଠାରୁ ଫେରାର୍ ରହି ଗତ ୫ତାରିଖରେ ହାଇକୋର୍ଟ ରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ମାନ୍ୟବର ଉଚ୍ଚ ନ୍ୟାଳୟ ବିଧାୟକଙ୍କ ଜାମିନ୍ ଆବେଦନ ଖାରଜ କରି ୮ତାରିଖରେ ତଳ କୋର୍ଟରେ ହାଜର ହବାପାଇଁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ୮ତାରିଖରେ ପହଞ୍ଚିଥିଲେ ବିଧାୟକ। ସେହିଦିନ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଧାୟକଙ୍କ ଜାମିନ୍ ଖାରଜ କରି ଖୋର୍ଦ୍ଧା ଜେଲକୁ ପଠେଇ ଦେଇଛନ୍ତି। ସେ ଜେଲକୁ ଗଲା ପରେ ବିଧାୟକ ନିଜକୁ ଅସୁସ୍ଥ ବୋଲି ଦର୍ଶାଇ ବର୍ତ୍ତମାନ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି।


Share: