ବ୍ରହ୍ମାନଗରର ଘଟଣା ସାରାରାଜ୍ୟରେ ହଇଚଇ ସୁଷ୍ଟି କରିଛି

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ: ବ୍ରହ୍ମପୁର ବ୍ରହ୍ମାନଗରର ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଘଟଣାକୁ ବିତିଗଲା 22 ଦିନ । ତଥାପି ଘଟଣାର କୌଣସି ସମାଧାନ ର ରାସ୍ତା ବାହାରି ପାରୁନି କି ଡାକ୍ତର ସୁମିତ କେଉଁଆଡେ ତାର ପତା ପାଉନାହାନ୍ତି ଡିମ୍ପଲ । ଆଉ ଆସିକା ଚିନିଶିଳ୍ପ ଗେଷ୍ଟ ହାଉସ ରେ 7 ଦିନ ହେବ ଏକାକୀ ରହୁଛନ୍ତି ଡିମ୍ପଲ । ଏପଟେ ଆଜି ମହିଳା ସମାଜସେବୀ ପ୍ରମିଳା ତ୍ରିପାଠୀ ଡିମ୍ପଲ କୁଂ ଭେଟିବା ସହ ସୁମିତ କୁଂ ଫେରି ଆସିବା ପାଇଁ ନିବେଦନ କରିଛନ୍ତି । ନତୁବା ଡିମ୍ପଲ କଂ କିଛି ବି ଅସୁବିଧା ହୁଏ ତେବେ ସୁମିତ ଓ ତାକଂ ପରିବାର ହିଁ ଦାୟୀ ରହିବେ ବୋଲି ପ୍ରମିଳା ତ୍ରିପାଠୀ ରୋକଠୋକ ଚେତାବନି ଦେଇଛନ୍ତି । ଅନ୍ୟପଟେ ଡିମ୍ପଲ ନିଜ ଆଖିର ଲୁହ କୁ ଆଖିରେ ଚାପି ରଖି ସୁମିତ କୁଂ ଓ ତାଙ୍କର ପରିବାର କୁ ହାତ ଯୋଡି ନିବେଦନ କରିଥିବା ବେଳେ ଡାକ୍ତର ସୁମିତ ଙ୍କୁ ଡରାଇ ଧମକାଇ ତାଙ୍କ ପରିବାର ର ବାପା ମା ଓ ବଡଭାଇ ଜୋର ଜବରଦସ୍ତ ଅଲଗା କରି କେଉଁଠି ଲୁଚାଇ ରଖିଥିବା ଅଭିଯୋଗ କରିଛନ୍ତି ଡିମ୍ପଲ । ଅନ୍ୟପଟେ ଡାକ୍ତର ସୁମିତ କିମ୍ବା ତାଙ୍କର କିଛିବି ଅସୁବିଧା ହୁଏ ତେବେ ସୁମିତ ଙ୍କ ପରିବାର ଦାଇରହିବେ ବୋଲି ଡିମ୍ପଲ କହିଥିବା ବେଳେ ସୁମିତ ଫେରି ଆସ କିମ୍ବା ଫୋନ ଟିକିଏ କର ବୋଲି ଆକୁଳ ନିବେଦନ କରିଛନ୍ତି ଡିମ୍ପଲ ଏବଂ ସୁମିତ ଙ୍କ ବାପା ରାଜ୍ୟର 3 ମନ୍ତ୍ରୀ ଓ ବଡ ବଡ଼ିଆ ଙ୍କୁ ଧରି ଘଟଣା ଟିକୁ ଚାପିଦେବା କୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ଡିମ୍ପଲ ।


Share: