ଝୋଟି ଚିତା କୁ ନେଇ ଦୁଇ ପଡୋଶୀ ମଧ୍ୟରେ ମହାଭାରତ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ : ମାର୍ଗଶୀର ମାସ ଝୋଟି ଚିତା କୁ ନେଇ ଦୁଇ ପଡ଼ୋଶୀ ଙ୍କ ମଧ୍ୟରେ ମହାଭାରତ । ଘରେ ପଶି ମହିଳାଙ୍କୁ ନିର୍ଧୁମ ମାଡ ମାରିବା ପରେ ମହିଳା ମେଡ଼ିକାଲରେ ଭର୍ତି । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଆମ୍ବିଳାପଲ୍ଲୀ ଗ୍ରାମରେ । ରାତି ପାହିଲେ ମାର୍ଗସର ଗୁରୁବାର, ଗ୍ରାମ ର ଲିଲି ଜେନା ଘର ଆଗରେ ସେହି ଝୋଟି ଚିତା ଦେଇଥିବା ବେଳେ ତାଙ୍କ ପଡୋଶୀ ଝୋଟି ଉପରେ ମଇଳା ପାଣି ଛାଡିଥିଲେ ପାଣି ଛାଡିବା ବନ୍ଦ କରିବାକୁ କହିବାରୁ ଉତ୍ୟକ୍ତ ହୋଇପଡୋଶୀ ଭଗବାନ ଦଳେଇ ଓ ତାଙ୍କ ପରିବାର ଲୋକେ ଲିଲି ଜେନା ଙ୍କ ଘରେ ପଶି ମାଡ ମାରିଥିବା ଅଭିଯୋଗ କରିଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ କବିସୂର୍ଯ୍ୟ ନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଏନେଇ ଥାନାରେ କୈଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି ।


Share: