ଢେଙ୍କାନାଳ ପୌରପରିଷଦର ନିର୍ବାହୀ ଅଧୁକାରୀ ଜିଲ୍ଲାପାଳଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇଲେ

Share:

ପପୁ କୁମାର ସାହୁ

ଢେଙ୍କାନାଳ:ନୂତନ ବର୍ଷରେ ନୂତନ ଆଶା ନେଇ ଅଦ୍ୟ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ପୌରପରିଷଦର ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର , ପୌରଯନ୍ତ୍ରୀ ରଶ୍ମିତା ମିଶ୍ର ଓ ସମସ୍ତ କର୍ମଚାରୀ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟରେ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ନତୂନ ବର୍ଷର ଶୁଭକାମନା ଜଣାଇବା ସହିତ ତାଙ୍କର ଚଲାପଥ କୁସୁମିତ ପାଇଁ କାମନା କରିଛନ୍ତି । ପରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଓ ରମେଶ ଚନ୍ଦ୍ର ସେଠୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି । ପରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟକୁ ଯାଇ ସମସ୍ତଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏହି ଶୁଭେଚ୍ଛା ଉତ୍ସବରେ ବିଭୁତି ଭୂଷଣ ସ୍ୱାଇଁ , ସାନିଟାଇଜିଙ୍ଗ୍ ଅଫିସର୍ ସନ୍ତୋଷ କୁମାର ମହାନ୍ତି , ସଂଗ୍ରାମ କେଶରୀ ବେହେରା , ସଞ୍ଜୟ ଜେନା , ଶ୍ରୀକାନ୍ତ ସେଠୀ , ସୁମନ୍ତ ନାଏକ , ଅଭିଷେକ୍ ସ୍ବାଇଁ , ସରୋଜ କୁମାର ବେହେରା , ଟୁଟୁ ଜେନା , ଜଳଧର ମଲ୍ଲିକ , ଏକ୍.କେ. ବକ୍ସ , ଭଗବାନ ସେଠୀ , ବିଭୁପ୍ରସାଦ ପଟ୍ଟନୟାକ ପ୍ରମୁଖ ଉପସ୍ଥିତ ଥିଲେ ।


Share: