ପ୍ରତାପୁର ଠାରେ ଥିବା ତୁମ୍ବେଶ୍ୱର ସେବା ସମବାୟ ସମିତି ର ନିର୍ବାଚନ ଶେଷ,

Share:

ଭଗବାନ ପାଢ଼ୀ

ଗଞ୍ଜାମ -ଆଜି ପ୍ରତାପୁର ଠାରେ ଥିବା ତୁମ୍ବେଶ୍ୱର ସେବା ସମବାୟ ସମିତି ଦ୍ୱାରା ଆଜି ପ୍ରତାପୁର, ହାଣ୍ଡିଘର ଆଚୁଲି ଗ୍ରାମର ହିଣ୍ଡଳ ପଲି, ଚଢ଼େୟା ପଲି, ଦଳେଶ୍ୱର ଖଣ୍ଡି ଗୋଠି ଆଳି, ମେଣ୍ଢା ପଲି ଗ୍ରାମକୁ ନେଇ ଏହି ତୁମ୍ବେଶ୍ୱର ସମବାୟ ସମିତି ଗଠନ କରା ଯାଇ ସୋସାଇଟି ଚାଲି ଆସୁଛି |ତେବେ ଦିବଗନ୍ତ ସଭାପତିଥିବା ଉମାଚରଣ ପଟନାୟକ ଙ୍କ ସମୟରେ ଦୀର୍ଘ 30ବର୍ଷ ହେଲା ଏଠାରେ ନିର୍ବାଚନ ବଦଳରେ, କେବଳ ଚୟନ କରାଯାଉଥିଲା |

ତେବେ ଏହି ସୋସାଇଟି 15 ଜଣ ଡାଇରେକ୍ଟର ଙ୍କୁ ନେଇ ସଦସ୍ୟ ନେଇ ଏହା ପରିଚାଳନା କରା ଯାଉଛି | କିନ୍ତୁ ଏହିବର୍ଷ ପ୍ରଥମ ଥର କରି 30ବର୍ଷ ପରେ ଏହି ସୋସାଇଟିର ନିର୍ବାଚନ ହୋଇ ଥିଲା | ତେବେ ପ୍ରଥମ ରୁ 7ଜଣ ଅପ୍ରତିଦ୍ବନ୍ଦି ହୋଇଥିଲା ବେଳେ 2ଜଣଙ୍କ ସ୍କୁଟିନିରେ ରିଜେକ୍ଟ ହୋଇଯାଇଥିଲା | ଏବଂ ଜଣେ ପ୍ରତ୍ୟାହାର କରିଦେଇଥିଲେ |ତେବେ ଆଜି ଆଉ 5 ଜଣଙ୍କ ମଧ୍ୟରେ ଆଜି ପ୍ରତିଦ୍ବନ୍ଦ ହୋଇଥିଲା |ସେମଧ୍ୟରେ ପ୍ରତାପୁର ଗ୍ରାମର ଏକ ନଂ ରେ ରାଙ୍କନିଧି ରାଉଳ ତାଙ୍କ ପ୍ରତିଦ୍ବନ୍ଦୀ ଗୋପବନ୍ଧୁ ନାୟକ ଙ୍କୁ ପରାସ୍ତ କରିଥିଲେ, ସେହିପରି ସନ୍ତୋଷ କୁମାର ମହାପାତ୍ର ତାଙ୍କ ପ୍ରତିଦ୍ବନ୍ଦୀ ସୁବାସ ଡୋରାଙ୍କୁ ପରାସ୍ତ କରିଥିଲେ,3ନଂ ରେ ବୈଷ୍ଟମ୍ବ ବେହେରା ତାଙ୍କ ପ୍ରତିଦ୍ବନ୍ଦୀ ନଅଙ୍କ ଦାସ ଙ୍କୁ ପରାସ୍ତ କରିଥିଲେ |, ସେହିପରି 4ନଂ ପାର୍ଥୀ ଭାବେ ଗୋବିନ୍ଦ ବେହେରା ତାଙ୍କ ନିକଟ ତମ ପ୍ରତିଦ୍ବନ୍ଦୀଆଛୁଲି ଗ୍ରାମର ତଥା ପୁରୁଷୋତ୍ତମପୁର ବିଜେଡି ବ୍ଲକ ଯୁବ ସଭାପତି ନୀଳମଣୀ ପଣ୍ଡା ଙ୍କୁ ପରାସ୍ତ କରିଥିଲେ, ଏବଂ 5ନଂ ପାର୍ଥୀ ଭାବେ ବସନ୍ତ କୁମାର ମହାପାତ୍ର ତାଙ୍କର ପ୍ରତିଦ୍ବନ୍ଦୀ ଏସ ଭୋବନି ରେଡ଼ିଙ୍କୁ ପରାସ୍ତ କରି ଡିରେକ୍ଟର ପଦ ପାଇଁ ଯୋଗ୍ୟ ବିବେଚିତ ହୋଇ ଛନ୍ତି | ଏବଂ ଏହି ନିର୍ବାଚିତ ପ୍ରତିନିଧି ମାନେ ଆଗାମୀ ଦିନରେ ଏହି 3ଗୋଟି ପଞ୍ଚାୟତ ର 5ଗୋଟି ଗ୍ରାମର ଚାଷି ମାନଙ୍କ ଉର୍ନତି କରିବେ ବୋଲି କହିଛନ୍ତି |


Share: