କୋଭିଡ ନିୟମ ଉଲ୍ଲଘନ ନେଇ ବିଧାୟିକା ନାମରେ ଏତଲା ଦେଲା ବିଜେପି

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।

ଗଞ୍ଜାମ : ଗତ 2 ତାରିଖ ଦିନ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ S ସଛିନା ଠାରେ ବିଜୁଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବ ରେ ବିଧାୟିକା କୋଭିଡ ନିୟମର ଖୋଲାଖୋଲି ଉଲଂଘନ କରି ମିଶ୍ରଣ ପର୍ବ ଆୟୋଜନ କରିଥିବା ନେଇ ଆଜି ଗଞ୍ଜାମ ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚା ସଭାପତି ପ୍ରମୋଦ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ବିଧାୟିକା ଙ୍କ ବିରୋଧରେ କୋଦଳା ଥାନା ରେ ଏକ ଅଭିଯୋଗ ଦେବା ସହିତ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନ ର ଙ୍କ ଉଦେଶ୍ୟରେ ସ୍ଥାନୀୟ ଦେହସିଲଦାର ଙ୍କୁ ଏକ ଅଭିଯୋଗ ଦିଆଯାଇଛି l

ଯଦି ଆଗାମୀ ଦିନରେ ପ୍ରଶାସନ ବିଧାୟିକା ଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନନିଏ ତେବେ ବିଜେପି ଯୁବମୋର୍ଚା ଆଗାମୀ ଦିନରେ ଏହାର ତୀବ୍ର ପ୍ରତିବାଦ କରାଯିବା ନେଇ କହିଛନ୍ତି କର୍ମକର୍ତ୍ତା l


Share: