ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ରାଜ୍ୟ ଗ୍ରାମ୍ଯଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କହିଛନ୍ତି। ଶ୍ରୀ ସିଂ ପ୍ରସିଦ୍ଧ ତାରାତାରିଣୀ ମନ୍ଦିରର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ମନ୍ଦିର ପାର୍ଶ୍ବ ପାଚରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ପୁରୁଷୋତ୍ତମପୁରରୁ ତାରାତାରିଣୀ ମନ୍ଦିର ଛକକୁ ସଂଯୋଗ କରୁଥିବା ଋଷିକୂଲ୍ୟା ନଦୀରେ ନିର୍ମାଣାଧିନ ନୂତନ ବ୍ରିଜ୍‌ର କାମ ୨୦୨୩ ଫେବୃଆରୀ ମାସ ସୁଦ୍ଧା ସାରିବା ପାଇଁ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ। ଗସ୍ତ ସମୟରେ ଇଆଇସି ଶ୍ରୀ ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।


Share: