ରାମନାଗୁଡ଼ା ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ପଞ୍ଚାୟତ ସମିତି ସଭାଗୃହରେ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ତୃତୀୟ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡ଼ିଆ, ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଜାନକୀ ନିମାଲା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ସାଂସଦ ପ୍ରତିନିଧି ଗାର୍ଜନା ପ୍ରସାଦ ରାଓ ଓ ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର ପ୍ରମୁଖ ମଞ୍ଚାସୀନ ଥିଲେ । ଜାତୀୟ ପିତା ମହାତ୍ମା ଗାନ୍ଧୀ ଏହି ଦିନରେ ସହିଦ ହୋଇଥିବାରୁ ତାଙ୍କୁ ସ୍ମରଣ କରି ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସହିଦ ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ବୈଠକରେ ଗୃହ ନିର୍ମାଣ, ମହିଳା ଓ ଶିଶୁ ବିକାଶ ବିଭାଗ, ପାନୀୟ ଜଳ ଓ ପରିମଳ ବିଭାଗର ସମ୍ପର୍କରେ ଆଲୋଚନା ତଥା ସମସ୍ୟା ସମାଧାନ ଉପରେ ଅଧିକାରୀଙ୍କ ଦ୍ୱାରା ଆଲୋକପାତ କରାଯାଇଥିଲା । ବାଲ୍ୟ ବିବାହ ନିରାକରଣ ନିମନ୍ତେ ସଚେତନତା ସୃଷ୍ଟି କରାଯିବାକୁ ଶିଶୁ ବିକାଶ ଯୋଜନା ଅଧିକାରୀ ଶାନ୍ତିଲତା ରଥ ବିଶେଷ ଭାବେ ଆଲୋଚନା କରିଥିବାବେଳେ ଅନ୍ୟାନ୍ୟ ବିଭାଗର କର୍ମଚାରୀଙ୍କ ଦ୍ୱାରା କ୍ଷେତ୍ରସ୍ତରୀୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଶେଷରେ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ ।


Share: