ରାମନାଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଲୋକସେବା ଦିବସ ପାଳିତ

Share:

ଅମୁଲ୍ୟ ନିଶଙ୍କ

କେନ୍ଦ୍ରାପଡ଼ା :ରାୟଗଡା ଜିଲ୍ଲା ରାମନାଗୁଡା ପଞ୍ଚାୟତ ସମିତି ସଭାଗୃହ ଠାରେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ ଙ୍କ ସଭାପତିତ୍ବ ରେ ପଞ୍ଚାୟତ‌ ସମିତି ସ୍ତରୀୟ ଲୋକସେବା ଦିବସ ପାଳିତ ହୋଇଥିଲା ।ଏଥିରେ ଲୋକ ପ୍ରତିନିଧି , ସରପଞ୍ଚ,ସମିତି ସଭ୍ୟ,ଗଣମାଧ୍ଯମ , ବିଭିନ୍ନ ବିଭାଗର ବ୍ଲକ୍ ସ୍ତରୀୟ ଅଧିକାରୀ, ପଞ୍ଚାୟତ ସମିତି କାର୍ଯ୍ୟାଳୟ କର୍ମଚାରୀ,କ୍ଷେତ୍ର କର୍ମଚାରୀ ମାନେ ତଥା ସାଧାରଣ ବର୍ଗ ଯୋଗ ଦେଇଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତି ଝୋଡିଆ ପ୍ରବାଦ‌ ପୁରୂଷ ଙ୍କ‌ ଫୋଗ ଚିତ୍ର ରେ ଦୀପ ପ୍ରଜ୍ଜ୍ୱଳନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ,ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ପ୍ରଭାତୀ ଝୋଡିଆ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିବା ବେଳେ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର, ମିଶନ ଶକ୍ତି ବିପିଏମ ଯସ୍ମୀନ ମୁଟିକା, ଶିଶୁ ବିକାଶ ଯୋଜନା ମଣ୍ଡଳ ପରିଦର୍ଶିକା ସାବିତ୍ରୀ ନାୟକ, ଯୋଗାଣ ନିରୀକ୍ଷକ ସିପ୍ରା ସାମଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ପି ଦିବାକର ରାଓ ,ରମାକାନ୍ତ ମାଣ୍ଡାଙ୍ଗି,ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୀପ୍ତିରାଣୀ ମୁନି ,ପଞ୍ଚାୟତ ରାଜ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ ପ୍ରମୁଖ ଉପସ୍ଥିତ ଥିଲେ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଲୋକସେବା ଦିବସ ର ଆଭିମୂଖ୍ଯ, ସରକାର ଙ୍କ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକ ପାତ କରିବା ସହ ପ୍ରବାଦ ପୁରୁଷ ସ୍ବର୍ଗତ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ଦୁଃସାହସିକ ଓ ଜନ କଲ୍ୟାଣ କାର୍ଯ୍ଯ ସମ୍ବନ୍ଧରେ ସ୍ମୃତି ଚାରଣ କରିଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ମିଶ୍ର ଭୂମିପୁତ୍ର ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ ,ଏହାପରେ ସରପଞ୍ଚ,ସମିତି ସଭ୍ଯ,ତଥା ବିଭାଗୀୟ ଅଧିକାରୀ ମାନେ ନିଜର ବିଭାଗ ମାଧ୍ଯମରେ କ୍ରିୟାଶୀଳ ଉନ୍ନୟନ ମୂଳକ କାର୍ଯ୍ଯ ସମ୍ବନ୍ଧରେ ସଭା କୁ ଅବଗତ କରାଇଥିଲେ ।ବିଗତ ଦିନ ମାନଙ୍କରେ ନିଜ ପଦବୀ ର ସଦୁପଯୋଗ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଇ ଉତ୍ସର୍ଗୀକୃତ ସେବା କରି ଜନମାନସରେ ଉଦାହରଣ ସୃଷ୍ଟି କରି ଜନ ହୀତକର‌ କାର୍ଯ୍ଯ ରେ ଉଲ୍ଲେଖନୀୟ ଅବଦାନ ପାଇଁ ଯୋଗ୍ଯ ଲୋକ
ପ୍ରତିନିଧି , ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ର ସଂଯୋଜନା ସହକାରୀ ଯନ୍ତ୍ରୀ ଶ୍ରୀ ପ୍ରଭାତ କୁମାର ମିଶ୍ର କରିଥିଲେ , ସଭା ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ , କାର୍ଯ୍ୟକ୍ରମ ଶେଷରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଙ୍କ ଦ୍ଵାରା ସଭା ର ପରିସମାପ୍ତି ଘୋଷଣା
କରାଯାଇଥିଲା ।


Share: