ହରିଦାସପୁର -ପାରାଦ୍ୱୀପ ରେଳପଥରେ ଯାତ୍ରୀ ବାହୀ ଟ୍ରେନ ଚଳା ଚଳା ପାଇଁ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ

Share:

ବିଶ୍ଵଜିତ ପ୍ରଧାନ

କେଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲା ବିଜୁ ଜନତା ଦଳର ପୁଣିଥରେ ରେଳରୋକ। ପାରାଦ୍ବୀପ-ହରିଦାସପୁର ରେଲୱେ ଟ୍ରାକ୍ ରେ ଯାତ୍ରୀବାହି ରେଳ ଚଳାଚଳ ଦାବି ରେ ମାର୍ଶାଘାଇ ରୋଡ୍ ଷ୍ଟେସନରେ ଆନ୍ଦୋଳନ ।ଜିଲ୍ଲା ବିଜୁ ଜନତା ଦଳ ସଭାପତି ଉତ୍କଳ କେଶରୀ ପରିଡା, ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରୀତା ସାହୁ, ମହାକାଳପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତ, ମାର୍ଶାଘାଇ ପଞ୍ଚାୟତ ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲ, କେନ୍ଦ୍ରାପଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ସେଠୀ, ବରିଷ୍ଠ ନେତା ଭଜକୃଷ୍ନ ରାଉତ, ଖୁରୁଷିଆ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତରାୟ, ଟିକରପଙ୍ଗା ସରପଞ୍ଚ ଜ୍ଯୋତିରଞ୍ଜନ ଖଟୁଆ, ଅନ୍ତେଇ ସରପଞ୍ଚ ସଂଜୟ ସେଠୀ, ବେରୁହାଁ ସରପଞ୍ଚ ବାବାଜୀ ସ୍ବାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସରୋଜିନୀ ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ନଳିନୀପ୍ରଭା ଚୌଧୁରୀ, ପୂର୍ବତନ ସରପଞ୍ଚ ପ୍ରଦୀପ ବେହେରା, ଜୟଚନ୍ଦ୍ରପୁର ସରପଞ୍ଚଙ୍କ ପ୍ରତିନିଧି ସମାଜସେବୀ କୁମାର ସାମଲ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ମାଧ୍ୟମରେ ଇଷ୍ଟକୋଷ୍ଟ ରେଳବାଇ ଜୋନ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅଞ୍ଚଳର ଏହି ବଳିଷ୍ଠ ଦାବି ପରେ ଆସନ୍ତା ଦୁଇ ମାସ ମଧ୍ୟରେ ଏହି ରୁଟ୍ ରେ ଯାତ୍ରୀବାହି ଟ୍ରେନ ଗମନାଗମନ କରିବ ବୋଲି ସୂଚନା ମିଳିଛି ।


Share: