ବିଜେଡ଼ିରୁ ନିଲମ୍ବନ ହେଲେ ପ୍ରଶାନ୍ତ ଜଗଦ୍ଦେବ

Share:

ଭୁବନେଶ୍ୱର:8/9/2021(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ) ବିଜେଡ଼ିରୁ ନିଲମ୍ବନ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ବାଲୁଗାଁ ଏନଏସି ଅଫିସରେ ଗଣ୍ଡଗୋଳ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଲମ୍ବନ କରିଥିବା ନେଇ ସୂଚନା ମିଳିଛି। ସୂଚନା ଅନୁସାରେ ପୁଣି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ସାମ୍ନାକୁ ଆସିଥିଲା । ପୁଣି ଥରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ବାଲୁଗାଁ ମଣ୍ଡଳ ବିଜେପି ସଭାପତିଙ୍କୁ ବିଧାୟକ ପିଟିଥିବା ନେଇ ଖବର ଆସିଛି। ବିଚ୍ ରାସ୍ତାରେ ସଭାପତି ନିରଞ୍ଜନ ସେଠୀଙ୍କୁ ପିଟିଛନ୍ତି ପ୍ରଶାନ୍ତ। ଗାଡ଼ିରୁ ଓହ୍ଲାଇ ନିରଞ୍ଜନଙ୍କ ଆଡକୁ ଚିହିଁକି ଯାଇ ଧକ୍କା ମାରିଛନ୍ତି। ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ପଚାରିବାକୁ ଯାଇଥିଲେ ନିରଞ୍ଜନ।


Share: