ଦକ୍ଷ କୃଷକ ଓ ଶିକ୍ଷାର୍ଥୀ ଦେଶର ବିକାଶରେ ଶାରଥୀ – ଦିଗଦର୍ଶନ

Share:

ଯାଜପୁର:6/9/2021(ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁର ଚିଫ ) ଦିଗଦର୍ଶନ ସଂଗଠନ, ଓଡିଶାର ବାର୍ଷିକ ସମ୍ମିଳନୀ ଉତ୍ସବ ଦଶରଥପୁର ଠାରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି ସମ୍ମିଳନୀରେ ଦୁଇଟି କାର୍ଯ୍ୟକ୍ରମକୁ ପରିଚିତ କରାଯାଇ ଏହାର ଲକ୍ଷ ଓ ଉଦେଶ୍ୟ ବିଷୟରେ ଆଲୋଚନା ହୋଇଥିଲାl ମୋ ସ୍ୱର ମୋ ପରିଚୟ କାର୍ଯ୍ୟକ୍ରମ ମଧ୍ୟାମରେ ଯୁବଗୋଷ୍ଠୀ ମଧ୍ୟରେ ନୂତନ ଜାଗରଣ ଏବଂ ଜୈବିକ ପଦ୍ଧତିରେ ଚାଷ ପାଇଁ ପ୍ରଶିକ୍ଷଣ କରାଇବା ବିଷୟରେ ଏହି ସମ୍ମିଳନୀରେ ଆଲୋଚନା ହୋଇଥିଲା । ମୋ ସ୍ୱର ମୋ ପରିଚୟ କାର୍ଯ୍ୟକ୍ରମ ମାଧ୍ୟମରେ ୬ଟି ସରକାରୀ ଉଚ୍ଚ ବିଦ୍ୟାଳୟର ଆଠ ଶହରୁ ଉର୍ଦ୍ଧ ପ୍ରତିଯୋଗୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଏହି ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇଥିଲେ ଆଇନଜୀବୀ ରାକେଶ କୁମାର ସାହୁ, ଇଞ୍ଜିନିୟର ଜଗନ ଜୀବନ ଜେନା – ଏଜିଏମ ସନସାଇନ ହସ୍ପିଟାଲ, ଶ୍ରୀ ପ୍ରମୋଦ କୁମାର ସାହୁ – ମ୍ୟାନେଜର ଟାଟା ଏଆଇଜି, ଶ୍ରୀ ଘନଶ୍ୟାମ ହେସା- ସବ ଇନିସ୍ପେକଟର, ଅଧ୍ୟାପକ ସିଦ୍ଧେଶ୍ୱର ମଲ୍ଲ – ଉତ୍କଳ ୟୁନିଭରସିଟି, ଅଧ୍ୟାପିକା ବିଶ୍ୱକଳ୍ପିତା ମହାନ୍ତି – ୟୁଏନଏସିl ଦିଗଦର୍ଶର ସମସ୍ତ ସଦସ୍ୟ ସଦସ୍ୟଙ୍କ ସହଯୋଗରେ ସମ୍ମିଳନୀଟି ସଫଳତାର ସହ ସମାପ୍ତ ହୋଇଥିଲା।


Share: