ବ୍ଲକ ଆଗରେ ଅଧ୍ୟକ୍ଷା ଙ୍କ ବିରୋଧ ରେ ଆନ୍ଦୋଳନ କଲେ ପଞ୍ଚାୟତ ବାସି

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ ଙ୍କ କାର୍ଯ୍ୟରେ ଅତିଷ୍ଠ ପଞ୍ଚାୟତ ବାସି l ନନ୍ଦିଆଗଡା ପଞ୍ଚାୟତ ରେ ଚାରିମାସ ମଧ୍ୟରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ କି ପଞ୍ଚାୟତ ବାସୀଙ୍କ କୌଣସି ସମସ୍ୟାର ସମାଧାନ କରୁନାହାନ୍ତି ବ୍ଲକ ଅଧ୍ୟକ୍ଷା l ଅନ୍ୟପଟେ ବ୍ଲକ ଅଧ୍ୟକ୍ଷା ଏହି ପଞ୍ଚାୟତ ରୁ ନିର୍ଦ୍ବନ୍ଦରେ ସମିତିସଭ୍ୟl ଭାବେ ନିର୍ବାଚିତ ହୋଇଥିବା ବେଳେ ଆକ୍ରୋଶ ମୂଳକ ଭାବେ ପଞ୍ଚାୟତ ବାସୀଙ୍କୁ ବ୍ଲକ ଅଧ୍ୟକ୍ଷା ହଇରାଣ କରୁଛନ୍ତି l

ଏହାରି ପ୍ରତିବାଦରେ ଆଜି ପଞ୍ଚାୟତ ର ସରପଞ୍ଚ ଓ ଶତାଧିକ ଲୋକ ବ୍ଲକ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରିବା ସହିତ ବିଡିଓ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ନିକଟକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ l ଯଦି ଆଗାମୀ ଦିନରେ ପଞ୍ଚାୟତ ବାସୀଙ୍କ ସମସ୍ୟା ସମାଧାନ ନକରାଯାଏ ତେବେ ରାଜରାସ୍ତା ଅବରୋଧ କରିବାର ଚେତାବନୀ ଦେଇଛନ୍ତି ପଞ୍ଚାୟତ ସରପଞ୍ଚ l ସେପଟେ ଏହା ଭିତ୍ତିହୀନ ଅଭଯୋଗ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ l


Share: