ରାୟଗଡା ବିଜେଡି ର ଉଭୟ ଗୋଷ୍ଠିର ନେତାଙ୍କୁ ମିଶି ଦଳରେ ସନ୍ତୁଳନ ରକ୍ଷା କରି ଫେରିଲେ ମନ୍ତ୍ରୀ ପ୍ରମିଳାମଲ୍ଲିକ

Share:

ଅମୂଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ର ଲୋକ ମୋହତ୍ସବ ଚଇତି ରପରବ ରେ ମୁଖ୍ୟଅତିଥି ଭାବେ ଯୋଗ ଦେବାପାଇଁ ଗତକାଲି ସଖାଳେ ରାୟଗଡା ଟେ ପହଂଚିଥିଲେ l ସେ ସର୍କିଟ ହାଉସ ଠାରେ ରହିବା ସମୟରେ ଜ଼ିଲ୍ଲା ବିଜେଡି ସଭାପତି ସୁଧୀର ଦାସ, ରାୟଗଡା ସହର ର ବରିଷ୍ଠ ବିଜେଡି ସଂଗଠକ ଓ ପୁରୁଖା ନେତା ୟାଲା ଭେଙ୍କଟେଶ୍ୱର ରାଓ କୋଣ୍ଡା ବାବୁ, ପି ଗୌରୀ ଶଙ୍କର ଓ କାଶୀ ନାଇଡ଼ୁ ମନ୍ତ୍ରୀ ଙ୍କୁ ମିଶି ରାୟଗଡା ଜ଼ିଲ୍ଲା ର ବିଜେଡି ସ୍ଥିତି ଓ ମୁଖ୍ୟମନ୍ତ୍ରୀ ଙ୍କ ର ଯୋଜନା ମାନ କିପରି କାର୍ଯ୍ୟକାରୀ ହେଉଛି ଆଲୋଚନା କରିଥିଲେ l କିଛି ସମୟ ପରେ ମନ୍ତ୍ରୀ ମଲ୍ଲିକ ରାୟଗଡା ଜ଼ିଲ୍ଲା ର ବିଜେଡି ନେତା ପୂର୍ବତନ ରାଜ୍ୟସଭା ସାଂସଦ ଏନ ଭାସ୍କର ରାଓ ଙ୍କ ବାସ ଭବନ କୁ ଜାଇ ସାକ୍ଷାତ କରିଥିଲେ ଏହି ସମୟରେ ବାନାଗାଡି ତିରୁପତି ଓ ମହିଳା ବିଜେଡି ର ଟାଣୁଆ ନେତ୍ରୀ ସୁଜାତା ପାଳ ଉପସ୍ଥିତ ରହିଥିଲେ l ଭାସ୍କର ରାଓ ଙ୍କ ଘରେ ଦୀର୍ଘ ସମୟ ଧରି ଆଲୋଚନା କରି ମନ୍ତ୍ରୀ ଫେରିବା ପରେ ଉଭୟ ଗୋଷ୍ଠି ରେ ବିଭିନ୍ନ ଆଲୋଚନା ହେଉଥିବା ର ଦେଖିବାକୁ ମିଳୁଛି l 2019 ରୁ ଭାସ୍କର ରାଓ ଙ୍କୁ ଦଳରେ କଣ ଠେସା ହେଉଥିବା ର ସମୟ ରେ ମନ୍ତ୍ରୀ ଭାସ୍କର ର୍ଷ ଙ୍କି ଘର କୁ ଜାଇ ସାକ୍ଷାତ କରିବା ଘଟଣା ଚର୍ଚ୍ଚା ର ବିନ୍ଦୁ ପାଲଟିଛି ରାୟଗଡା ବିଜେଡି ଦଳରେ l ମନ୍ତ୍ରୀ ଭାସ୍କର ରାଓ ଙ୍କୁ ସାକ୍ଷାତ ସମୟ ରର ବିଜେଡି ଦଳ ର ଜ଼ିଲ୍ଲା ସଭାପତି କି କି ଜ଼ିଲ୍ଲା ସ୍ତରୀୟ ନେତା ଉପସ୍ଥିତ ଣ ଥିଲେ l ଗତ 22 ତାରିଖ ରେ ଜ଼ିଲ୍ଲା ବିଜେଡି ପ୍ର୍ୟବେକ୍ଷକ ତଥା ମନ୍ତ୍ରୀ ଅତୁନ ସବ୍ୟସାଚୀ ଚଇତି ଉତ୍ସବ ର ଉଦଘାଟଣୀ ଦିବସ ରର ମୁଖ୍ୟଅତିଥି ଭେ ଯୋଗ ଦେବାପାଇଁ ଆସିଥିଲେ କିଂତୁ ହଟାତ ଏକ ଫୋନ କାଲ ପାଇଁ ଭୁବନେଶ୍ୱର ଫେରିଗଲେ l ଏହା କୁ ଦଳ ଓ ଜ଼ିଲ୍ଲା ରର ବିଭିନ୍ନ ପ୍ରକାର ର ଚର୍ଚ୍ଚା ମାନ ହୋଇଥିଲା ପରେ ବରତିମୁହୂର୍ତ୍ତ ରେ ମନ୍ତ୍ରୀ ମଲ୍ଲିକ ରାଙ୍କ ଙ୍କ ଘର କୁ ଜାଇ ସାକ୍ଷାତ କରିବା ଜୋର ଧରିଛି ରାୟଗଡା ବିଜେଡି ଦଳ ମଧ୍ୟରେ l ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ରାୟଗଡା ବିଜେଡି ଦଳରେ ଉସନତା ସେତିକି ବୃଦ୍ଧି ପାଉଛି


Share: