ସମ୍ପଦ କେନ୍ଦ୍ର ରୁ ମୋ ଖତ ବିକ୍ରୟ ଶୁଭାରମ୍ଭ, ଭୁବନ

Share:

ପପୁ କୁମାର ସାହୁ

ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ଭୂବନ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହର ମଧ୍ୟରୁ ବାହାରୁ ଥିବା ଅଳିଆ ଆବର୍ଜନା କୁ ଏକତ୍ର କରି ଏନ୍ଏସି ପକ୍ଷରୁ ନିର୍ମାଣ କରାଯାଇଥିବା ସମ୍ପଦ କେନ୍ଦ୍ର ରେ ଜୈବିକ ପ୍ରକ୍ରିୟା ରେ ସଙ୍ଗଠିତ କରି ଖତ ଉତ୍ପାଦନ କରାଯାଉଛି l ଏହି ଖତ କୁ ବିଭିନ୍ନ କାର୍ଯ୍ୟ ରେ ଭିନ୍ନ ଭିନ୍ନ ଫସଲ ପାଇଁ ଉପଯୋଗ କରାଯାଇ ପାରିବ ବୋଲି ସୂଚନା ଦେଇଛନ୍ତି ସିଟି ମ୍ୟାନେଜର ଜାନକୀ ମହାନ୍ତି l
ଆଜି ପ୍ରଥମଥର ପାଇଁ ଏହି ପ୍ଲାଣ୍ଟ ରୁ ଉତ୍ପାଦିତ 17 କୁଇଣ୍ଟାଲ ଖତ କୁ କିଲୋ ପ୍ରତି 20 ଟଙ୍କା ଦରରେ ଗନ୍ଦିଆ ର ଉଦ୍ୟାନ ବିଭାଗ ନର୍ସରୀ କୁ ବିକ୍ରୟ କରାଯାଇଛି l ଏହି ବିକ୍ରି ର ଶୁଭାରମ୍ଭ କାଉନ୍ସିଲର ପପୁ ସାହୁଙ୍କ ଉପସ୍ଥିତି ରେ ନଗରପାଳ ଶୁଭେନ୍ଦୁ ସାହୁଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି l ଏଠାରେ ସୂଚନା ଯୋଗ୍ୟ ଯେ ଏହି ସମ୍ପଦ କେନ୍ଦ୍ର କୁ ଦୈନିକ ତିନି ଟନ ଆବର୍ଜନା ଦୁଇଟି ବ୍ୟାଟେରୀ ଚାଳିତ ଗାଡ଼ି ଓ ତିନୋଟି ଟାଟା ଏସି ଗାଡ଼ି ରେ ସଂଗୃହିତ କରାଯାଉଛି l ଏହି ଖତ ଉତ୍ପାଦନ କାର୍ଯ୍ୟ ଗୋରଖନାଥ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ହେଉଛି l 8 ଜଣ ମହିଳା ଏହି ପ୍ରକ୍ରିୟାକରଣ ଶିଳ୍ପ ରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରିବା ସହିତ ସ୍ୱାବଲମ୍ବୀ ହୋଇ ପାରିଛନ୍ତି l ଆଜି ଏହି ବିକ୍ରି ଶୁଭାରମ୍ଭ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, ଯନ୍ତ୍ରୀ ସୁରେନ୍ଦ୍ର ସାହୁ, ଗୋଷ୍ଠୀ ସଂଯୋଜିକା ଦୀପାଳୀ ସାମନ୍ତ, ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ଓ ସିଟି ମ୍ୟାନେଜର ଜାନକୀ ମହାନ୍ତି ଉପସ୍ଥିତ ଥିଲେ l


Share: