ଶିକ୍ଷା ସଚେତନ ରଥର ଶୁଭାରମ୍ଭ

Share:

ପପୁ କୁମାର ସାହୁ

ଢେଙ୍କାନାଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜିର ଆହ୍ବାନ ସର୍ଭିଙ୍କୁ ଶିକ୍ଷା ଦାନ ସମ୍ପର୍କିତ ବାର୍ତ୍ତା ବହନ କରି ସଦର ବ୍ଲକ ଅଞ୍ଚଳରେ ପରିକ୍ରମା କରି ସମସ୍ତଙ୍କୁ ସଚେତନ କରିବା ଲକ୍ଷ୍ୟରେ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ଏହି ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରି ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର ବୋଲି କହିଛନ୍ତି । ଜିଲ୍ଲାର ସମସ୍ତ ପିଲା ଯେପରି ଶିକ୍ଷା ଲାଭ କରି ପାରିବେ ସେଥ୍ପ୍ରତି ସର୍ବାଧୂକ ଗୁରୁତ୍ବ ଦେବାକୁ ଏବଂ ଶିକ୍ଷା କ୍ଷେତ୍ରରେ ଜିଲ୍ଲାକୁ ରାଜ୍ୟରେ ଏକ ନମ୍ବର କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।
ସମସ୍ତ ଉପାନ୍ତ ଅଞ୍ଚଳ ସମେତ ସମଗ୍ର ଜିଲ୍ଲାରେ ପିଲାମାନଙ୍କୁ ଶିକ୍ଷା ଦାନ ପରି ମୌଳିକ ସୁବିଧା ଯୋଗାଇ ଦେବା ନିମନ୍ତେ ସମସ୍ତ ପ୍ରକାରର ଉଦ୍ୟମ କରାଯାଉଛି ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ପ୍ରକାଶ କରିଛନ୍ତି । ଆଜି ଠାରୁ ୫ ଦିନ ବ୍ୟାପି ଜିଲ୍ଲାର ସମସ୍ତ ବ୍ଲକରେ ଏହିପରି ଶିକ୍ଷା ସଚେତନତା ରଥ ପରିକ୍ରମା କରି ସମସ୍ତ ବର୍ଗର ଲୋକଙ୍କୁ ସଚେତନ କରିବା ସହିତ ସମଗ୍ର ଶିକ୍ଷାର ବିଭିନ୍ନ ଦିଗ ଓ ଉପଲବ୍ଧ ସୁବିଧା ସୁଯୋଗ ସମ୍ପର୍କରେ, ବାଲ୍ୟ ରୋକିବା ଏବଂ ବିଭିନ୍ନ ମୌଳିକ ଅଧିକାର ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରଚାର କରିବ ବୋଲି ସେ ପ୍ରକାଶ କରିଛନ୍ତି ।
ବିହାହ ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି ରଥ ଶୁଭାରମ୍ଭ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ( ସାଧାରଣ ), ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ( ରାଜସ୍ବ), ବିଡିଓ ଶ୍ରୀ ସୁଧୀର କୁମାର ନାୟକ, ତହସିଲଦାର ଶ୍ରୀ ସୁଧାଂଶୁ ଶେଖର ସାଓ, ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ରାଉତଙ୍କ ସମେତ ସମଗ୍ର ଶିକ୍ଷାର କର୍ମଚାରୀ, ଶିକ୍ଷକ, ଶିକ୍ଷୟତ୍ରୀମାନେ ଉପସ୍ଥିତ
ଥିଲେ ।


Share: