ରାମନାଗୁଡାରେ ପ୍ରଥମ ଥାନା ଅଧିକାରୀ ଭାବେ ମହିଳା ଅଧିକାରିଣୀ ଙ୍କ ଯୋଗଦାନ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ରାମନାଗୁଡା ସଦରରେ ଥିବା ଫାଣ୍ଡିକୁ  ଥାନା ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ ୨୦୨୨ ମସିହା  ଅଗଷ୍ଟ ମାସ ୨୭ ତାରିଖ ଦିନ ଥାନାରେ ରୂପାନ୍ତରିତ ଭାବେ ଅନୁମୋଦନ କରିଥିଲେ । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତା ଦୃଷ୍ଟିରୁ ରାମନା ଗୁଡାରେ ଥାନା ଆବଶ୍ୟକତା ରହୁଥିବାରୁ ରାମନାଗୁଡା ଫାଣ୍ଡିକୁ ଥାନା ହେବା ନେଇ ମୁଖ୍ୟମନ୍ତ୍ରୀ ଅନୁମୋଦନ ହୋଇଥିଲା lରାଜ୍ୟର ୨୯ ଟି ଫାଣ୍ଡିକୁ ଉପଗ୍ରେଡ କରି ନୂତନ ଥାନାକୁ ଭର୍ଚୁଆଲ ମାଧ୍ୟମରେ ଗତ 9 ତାରିଖ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ ଘାଟିତ କରିଥିଲେ.ଏହି ଅବସରରେ  ରାମନାଗୁଡା ଥାନାରେ ନୂତନ ପ୍ରଥମ ଥାନା ଅଧିକାରୀ ରୂପେ ସୁନିତା ବେହେରାଙ୍କୁ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି lସେ ଏଥି ପୂର୍ବରୁ ଗୁଣୁ ପୁର ଉପଖଣ୍ଡ ପୁଟାସିଂ ଥାନା ଅଧିକାରୀ ଭାବରେ କାର୍ଯ୍ୟରତ ଥିଲେ. ତାଙ୍କ ସଚ୍ଚୋଟ ପଣିଆ ସହ କର୍ତ୍ତବ୍ୟନିଷ୍ଠା ଅଧିକାରୀ ହୋଇ ଥିବାରୁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଠାରେ ନିଯୁକ୍ତି ପ୍ରଦାନ କରିଛନ୍ତି lଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ଦାବି ପରେ ନୂତନ ଓ ପ୍ରଥମ ଥାନା ଅଧିକାରୀ ସୁନିତା ବେହେରାଙ୍କ କାର୍ଯ୍ୟରେ ଯୋଗଦାନ ପରେ ଅଞ୍ଚଳବାସୀଙ୍କ ନୂତନ ଆଶା ସଞ୍ଚାର ହୋଇଛି l. ସେହିପରି ବେଆଇନ ଭାବେ ଗୋ ଚାଲାଣ ରୋକିବା ,ଚୋରି ରାହାଯାନୀରୁ  ସାଧାରଣ ଲୋକଙ୍କୁ ମୁକ୍ତି ଦେବା ,ମୁଖ୍ୟ ବଜାରର ଟ୍ରାଫିକ ସମସ୍ୟା ଦୂର କରିବା ଭଳି  ଘଟଣା ଗୁଡିକ ନେଇ  ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କପାଇଁ  ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ l ଆଗାମୀ ଦିନରେ ଜଣାପଡ଼ିବ ଏହି ସମସ୍ୟା ପ୍ରତି ରୋକ ଲଗାଇବାରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା, ରାମନାଗୁଡାରେ ଥାନା ନିର୍ମାଣ ସହ ସୁରକ୍ଷା ଦୃଷ୍ଟି କୋଣରୁ ଦୀର୍ଘବର୍ଷ ହେବ ବାରମ୍ବାର ଦାବି କରି ଆସୁଥିଲେ ।ଏନେଇ ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ  କୃତଜ୍ଞତା ଜଣାଇଛନ୍ତି। ଯାହାକୁ ନେଇ ଆଗାମୀ ଦିନରେ ଚୋରି ରାହାଜାନୀରୁ  ସ୍ଥାନୀୟ ଲୋକମାନେ ମୁକ୍ତି ପାଇବେ ବୋଲି ସାଧାରଣରେ ଆଲୋଚନା ହେଉଛି । 
 


Share: