ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ

Share:

ପପୁ କୁମାର ସାହୁ

ଢେଙ୍କାନାଳ :- ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବୁଧବାର ଢେଙ୍କାନାଳ ରଥଗଡ଼ା ଅଂଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି. ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ,
ଅସହ୍ୟ ତାତି ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ଜଳଛତ୍ର ଦ୍ୱାରା ଉଠା ଦୋକାନୀ ଗ୍ରାହକ ଓ ଯାତାୟାତ କରୁଥିବା ଯାତ୍ରୀ ମାନେ ଉପକୃତ ହେବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ.ଆଗାମୀ ଦିନ ରେ ଆଉ 3ଟି ଜାଗାରେ ବସଷ୍ଟାଣ୍ଡ, ମୁଖ୍ୟ ଚିକିତ୍ସାଳୟ ଓ ବାଜିଚଉକ ଛକ ରେ ଜଳଛତ୍ର ଖୋଲାଯିବା ସହ ପ୍ରତି ଗୁରୁବାର ଉକ୍ତ ସ୍ଥାନ ରେ ଦହିସର୍ବତ ବଣ୍ଟନ ହେବ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି .ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭପତି ଅଜୟ କୁମାର ସାହୁ. କୋଷାଦକ୍ଷ ଅମରେନ୍ଦ୍ର ଖୁଣ୍ଟିଆ,ସୁବାସ ଦାସ ଶକୁନ୍ତଳା ସାହୁ ରଘୁନନ୍ଦନ ସାହୁ, ରମାକାନ୍ତ ପତି, ଅମରେନ୍ଦ୍ର ସାହୁ, ରତିକାନ୍ତ ସେଠି ଶାନ୍ତିଲତା ବେହେରା ସୁଧାଂଶୁ ବେହେରା ନନ୍ଦିତା ବେହେରା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ l


Share: