ଶ୍ରୀ ଅଭୟ ହନୁମାନ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଆରମ୍ଭ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ସହର ର ରିଙ୍ଗ ରୋଡ ଗାୟତ୍ରୀ ନଗର ଠାରେ ପବନ ପୁତ୍ର ହନୁମାନ ଙ୍କ ବିଗ୍ରହ ସହିତ ଶ୍ରୀ ଅଭୟ ହନୁମାନ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇଛି l ଦୀର୍ଘ 3 ଦିନ ଧରି ମନ୍ଦିର କାମ ଅସମ୍ପୂର୍ଣ୍ଣ ରହିଥିଲା l ମନ୍ଦିର ର ପ୍ରାଣ ପ୍ରତିଷ୍ଠା କାମ ଆଗେଇ ପାରୁନଥିବା ସମୟରେ କେତେକ ବଦାନ୍ୟ ବ୍ୟକ୍ତି କାଶୀ ନାଇଡ଼ୁ ଆଗେଇ ଆସି ମନ୍ଦିର ଅଧୁରା କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ହନୁମାନ ଙ୍କ ବିଗ୍ରହ କାର୍ଯ୍ୟ ସମାପ୍ତ କରି ପ୍ରାଣ ପ୍ରତିଷ୍ଠା ପାଇଁ ଆଗେଇ ଆସି ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆଜିଠୁ 24 ତାରିଖ ରେ ଆରମ୍ଭ ହୋଇ 26 ତାରିଖରେ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସମାପ୍ତି ହେବ l 24 ତାରିଖରେ ଗଣେଶ ପୂଜା ଅଙ୍କୁରପଣ, ପୁଣ୍ୟହୋ୍ବାଚନ, ଗୋପୁଜନ, ପଞ୍ଚ ଗବ୍ୟ ପ୍ରସାଦ ରକ୍ଷାବାନ୍ଧନ, ରୁତ୍ଵିକ ବରୁଣ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳନ ମଙ୍ଗଳ କଳସ ଯାତ୍ରା ଓ ନଗର ପରିକ୍ରମା ଜଳଧିବାସ, ବାସ୍ତୁଯୋଗିନୀ କ୍ଷେତ୍ରପାଳକ ନବଗ୍ରହ ଆବାହନ ସହ କ୍ଷୀରସବିବାସ ,25 ତାରିଖରେ ପ୍ରତୀକଲା ଅର୍ଚନା ସୂର୍ଯ୍ୟ ନମସ୍କାରସାମୁହିକ ଗଙ୍ଗାସିନ୍ଦୁର ଅର୍ଚନା ବିଶେଷ ଯଜ୍ଞ ଧନ୍ୟା ଦିବସ ସହିତ ଦିବସ ଓ ଓ ଶେଷ ଦିନରେ 26 ତାରିଖ ରେ ଶାନ୍ତି ହୋମ, ପୂର୍ଣ୍ଣାହୁତି ଦେବତା ପ୍ରବେଶ ଯନ୍ତ୍ର ସ୍ଥାପନ ସହ ମନ୍ତ୍ର ମୂର୍ତ୍ତି ପୂର୍ଣ୍ଣ କଳସ ପ୍ରତିଷ୍ଠା ସହିତ ସୀତାରାମ ଙ୍କ କଲ୍ୟାଣ ମୋହଛବ ଓ ବିଶେଷ ଆଶୀର୍ବାଦ ସହିତ ପ୍ରସାଦ ସେବନ ବ୍ୟବସ୍ତା କରାଯାଇଛି ବୋଲି କାଶୀ ନାଇଡ଼ୁ କହିଛନ୍ତି l ମନ୍ଦିର ପ୍ରତିଷ୍ଠା ନିମନ୍ତେ ଆନ୍ଧ୍ର ପ୍ରଦେଶ ର ରାଜମୋହିଣ୍ଡ୍ରି ରୁ ପୂଜକ ଆସି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ କରୁଛନ୍ତି l ଏହିମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ ଭାଗ ନେଇ ପୁଣ୍ୟ ଅର୍ଜନ କରିବା କୁ ମନ୍ଦିର ପରିଚାଳନା କମିଟି ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି


Share: