କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ପୁରୀ ଆସି ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ କରିଛନ୍ତି

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର /ପୁରୀ :ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଜଗତଗୁରୁଙ୍କ ଶଙ୍କରାଚାର୍ଯ୍ୟ ଙ୍କ ଶରଣରେ କଂସ । କୃଷ୍ନ ଭଗବାନ କଟୁ କଥା କହିଥିବାରୁ କ୍ଷମା ମାଗିଛନ୍ତି ଅଭିନୟ କରିଥିବା କଂସ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିଲେ ହୃଷିକେଶ ଭୋଇ ।ଦୀର୍ଘ11 ଦିନ ଧରି କଂସ ଭୂମିକାରେ ଅଭିନୟ କରି ମହାପ୍ରଭୂ ଶ୍ରୀକୃଷ୍ଣଙ୍କୁ କଟୁ କଥା କହିବା ସହ ମାରିବା ପାଇଁ ଉଦ୍ୟମ କରି ମହାପାପ କରିଥିବାରୁ ଜଗନ୍ନାଥ ଧାମ ପୁରୀ ଆସି ନିଜେ କରିଥିବା ଭୁଲର ପ୍ରାୟଶ୍ଚିତ କରିଛନ୍ତି ।ପ୍ରଥମେ ସେ ଗୋବର୍ଦ୍ଧନ ମଠ ଯାଇ ଶଙ୍କରାଚାର୍ଯ୍ୟଙ୍କୁ କ୍ଷମା ପ୍ରାର୍ଥନା କରିବା ପରେ ସେ ସମୁଦ୍ରକୁ ଯାଇ ବୁଡ ପକାଇବା ସହ ପଇତା ବିସର୍ଜନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଓ ନମସ୍କାର କରିଛନ୍ତି। ପରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଅଭିନୟ ରେ କରିଥିବା ପାପ କ୍ଷମା ପାଇଁ ପ୍ରାର୍ଥନା କରିଛନ୍ତି ।


Share: