ହସ୍ତତନ୍ତ ବୟନ ଓ଼ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନି ଦିଶାନଙ୍କର ଏକାମ୍ର ହାଟସ୍ଥିତ ହସ୍ତତନ୍ତ ବଜର ପ୍ରଦର୍ଶନ
ଓଡିଶା ବ୍ୟୁରୋ ଚିଫ

ଭୁବନେଶ୍ୱର : ହସ୍ତତନ୍ତ ବୟନ ଓ଼ ହସ୍ତଶିଳ୍ପ ବିଭାଗ ସହାୟତାରେ ଭୁବନେଶ୍ୱର ସ୍ଥିତ ଏକାମ୍ର ହାଟରେ ବୟନିକା ଦ୍ୱାରା ହସ୍ତତନ୍ତ ବଜାର ଗତ 35ତାରିଖରୁ ଚଳିତ ଡିସେମ୍ବର 15 ପଯ୍ୟନ୍ତ ଅନୁଷ୍ଠିତ ହୋଇଛି l ଏହି ବଜାରକୁ ହସ୍ତତନ୍ତ ବୟନ ଓ଼ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତି ପଦ୍ମିନୀ ଦିଶାନ ଆଜି ପରିଦର୍ଶନ କରିଥିଲେ l ତାଙ୍କ ସହିତ ବିଭାଗଗୀୟ ଶାସନ ସଚିବ ଶ୍ରୀମତି ଶୁଭା ଶର୍ମା, ବୟନଶିଳ୍ପ ନିର୍ଦେଶକ ସୁଶାନ୍ତ କୁମର ଦାସ, ବୟନିକା ର ପରିଚାଳନା ନିର୍ଦେଶକ ଶ୍ୟାମମଭକ୍ତ ମିଶ୍ର ଓ଼ ଅନ୍ୟାନୀୟ ପଦ ଅଧିକାରୀ ମାନେ ମଧ୍ୟ ପରିଦର୍ଶନ କରିଥିଲେ l ବଜାରରେ ବୟନିକା ବ୍ୟତୀତ 14ଟି ବୟନମଣ୍ଡଳ 33ଟି ପ୍ରଥମିକ ତନ୍ତବୟ ସହଯୋଗ ସହିତ ପ୍ରସ୍ତୁତ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଷିତ ଓ଼ ବିକ୍ରିୟ ହୋଇଛି l ବୌଦ୍ଧ ଓ଼ ସୁବର୍ଣ୍ଣପୁର ଜିଲ୍ଲା ର ବାନ୍ଧସିଳ୍କ ଶାଢ଼ୀ, ବମକେଇ ଶାଢ଼ୀ, ବରଗଡ଼ ଜିଲ୍ଲାର କଟନ ବାନ୍ଧ ଦାଢ଼ି ବେଡ଼ସିଟ, ଆଠଗଡ ର ଗଣ୍ଡୁଆ ଓ଼ ମାଣିଆବନ୍ଧ ଶାଢ଼ୀ, କଟକ ଗୋପାଳପୁର ର ଟସର ବସ୍ତ୍ର, ବ୍ରହ୍ମପୁର ସୁତା ଶାଢ଼ୀ ଏବଂ, କୋରାପୁଟ ଜିଲ୍ଲାର କୋଟପଡା ବସ୍ତ୍ର ଇତ୍ୟାଦି ମିଳୁଛି l ଖୋର୍ଦ୍ଧା ଜିଲ୍ଲା ଓ଼ ନୟାଗଡ ଜିଲ୍ଲାର ଉତ୍ପଦିତ ବସ୍ତ୍ର ପ୍ରଦର୍ଶତ କରାଯାଇଛି l