ମୃତ୍ତିକା ସଂରକ୍ଷଣ ଅଧିକାରୀ ଘରୁ ପୂଳା ପୁଳା ଟଙ୍କା ଜବତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କିଶୋର ଚନ୍ଦ୍ର ନାୟକ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ରାୟଗଡାଙ୍କୁ ୦୮ ତାରିଖ ରାତି ସମୟରେ ସେ ତାଙ୍କ ଆବାସିକ ଭଡା ଘରକୁ ବୁଲେଟ ମୋଟର ସାଇକେଲ ନମ୍ବର ଓଡି ଈଓ ଏମ 3001 ଯାଉଥିବା ସମୟରେ ରାୟଗଡା ସ୍ତିଟ ଅରବିନ୍ଦ ନଗରରେ ସୂଚନା ପାଇ ରାୟଗଡା ଓଡିଶା ଭିଜିଲାନ୍ସର ଏକ ଟିମ୍ ଦ୍ୟୁରା ତାଙ୍କୁ ଅଟକାଇ ଜେରା କରିବାରୁ ତାଙ୍କ ନିକଟରେ ନଗଦ ଟଙ୍କା ନେଇଥିବା ସନ୍ଦେହ କରାଯାଉଥିଲା। ଉକ୍ତ ସମୟେରେ ବେଆଇନ ଭାବେ ନିଜ ଏକ ବ୍ୟାଗ ରେ ପ୍ୟାକଟ ରଖି 5,04,560 / – ମିଳିଥିଲା। ତାଙ୍କୁ ଜେରା ଜାରି ରଖି ପଚରଉଚୁରା କରିବା ପରେ ସେ ସନ୍ତୋଷଜନକ ହିସାବ ଦେଇପାରିନଥିଲେ | ତାଙ୍କ ନିକଟରୁ ନଗଦ ଟଙ୍କା ଜବତ କରାଯାଇ ପରେ ଖୁବ୍ ଶୀଘ୍ର, ମଙ୍ଗଳା ମନ୍ଦିର ନିକଟରେ ଅବସ୍ଥିତ ତାଙ୍କ ଭଡା ଘର ଖୋଜାଖୋଜି ବେଳେ, ପ୍ରାୟ ଟଙ୍କା 6,30,000 / – ମିଳିଲା | ଏହା ସହିତ ସମୁଦାୟ ନଗଦ ​​ଜବରଦଖଲ 11,34,560 ଟଙ୍କା କରି ଥିଲେ, ଏହି ନଗଦ ଟଙ୍କା ସଂକ୍ରାନ୍ତ ରେ ଭିଜିଲାନ୍ସ ପଚାରିବାରୁ ଅଧିକାରୀ ଜଣକ ଉତ୍ତର ଦେଇପାରିନଥିଲେ, ଯାହା ଫଳରେ ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାଇଗୁରୁଙ୍କ ନେତୃତ୍ୱରେ ଗିରଫ କରାଯାଇଛି, ଆଜି ତାଙ୍କୁ ଜୟପୁର ଭିଜିଲାନ୍ସ ଏସପିଙ୍କ ନିକଟରେ ହସ୍ତାନ୍ତର କରିବେ।


Share: