ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ମଙ୍ଗଳ ବାରଦିନ ବିଶ୍ବପ୍ରସିଦ୍ଧ ରଥଯାତ୍ରା ରଥ ପ୍ରସ୍ତୁତ ପଥ ପ୍ରସ୍ତୁତ ଅପେକ୍ଷା କାଳିଆ ଶାନ୍ତଙ୍କ ଆଗମନ କୁ l ରଥଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ରଥଯାତ୍ରା ପାଇଁ ପୋଲିସ ପକ୍ଷରୁ ରଥ ଟଣା, ଭିଡ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା l ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଥିବା ବେଳେ ପ୍ରଥମ ଥର ପାଇଁ ହେଲିକପ୍ଟର ଓ ଫାଷ୍ଟ ପାଟ୍ରୋଲିଂ ଭେଇକିଲ୍ ବ୍ୟବହୃତ ହେବ। ସେହିପରି ପୋଲିସ ପକ୍ଷରୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ପ୍ରସ୍ତୁତ ହୋଇଛି।ଏହା ଆସନ୍ତାକାଲି ଅର୍ଥାତ୍ ୧୯ ତାରିଖ ମଧ୍ୟରାତ୍ରରୁ ଲାଗୁ ହୋଇ ୨୧ ତାରିଖ ଯାଏଁ ବଳବତ୍ତର ରହିବ। ସେହିପରି ସନ୍ଧ୍ୟା ଦର୍ଶନ ବାହୁଡା଼, ସୁନାବେଶ ଏବଂ ଅନ୍ୟ ଦିନରେ ଭିଡ଼କୁ ଦେଖି ଟ୍ରାଫିକ ବ୍ୟବସ୍ଥା ହେବ‌ ବୋଲି ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁର ରିଜର୍ଭ ପୋଲିସ ଲାଇନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।ପୁରୀ ସହର ଭିତରେ ଦୁଇଟି ଓ ବାହାରେ ଏହିପରି ଟ୍ରାଫିକ ବ୍ୟବସ୍ଥା ୩ ଭାଗରେ ବିଭକ୍ତ କରାଯାଇଛି।ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡି ତାଳବଣିଆ ଓ ଗ୍ରିଡ୍ ଷ୍ଟେସନ ଛକ ଓ ବ୍ରହ୍ମଗିରି ପଟୁ ଆସିଥିବା ଚାରି ଚକିଆ ଗାଡ଼ି ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବ। ସହରକୁ ୧୪ଟି ଜୋନ ଓ ୨୯ ଟି ସେକ୍ଟରରେ ବିଭକ୍ତ କରାଯାଇଛି। ସେହିପରି ଦୁଇଚକିଆ ଗାଡ଼ି ପାର୍କିଂ ପାଇଁ ୨୪ ଟି ପାର୍କିଂ ସ୍ଥକ ଚିହ୍ନଟ କରାଯାଇଥିବା କହିଛନ୍ତି ଏଡିଜି। ଏଥିସହ ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ ମଧ୍ୟ କାର୍ଯ୍ୟ କରିବ। ଆମ୍ବୁଲାନ୍ସ ଯାତାୟତ ପାଇଁ ଗ୍ରୀନ କରିଡ଼ର ସହ ଜରୁରୀକାଳୀନ ସେବା, ରଥଯାତ୍ରାରେ ନିୟୋଜିତ ଅଧିକାରୀ, ସେବାୟତ ଓ ସହରବାସୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।ଏପଟେ ରଥଯାତ୍ରା ପାଇଁ ଚଳିତ ବର୍ଷ ରେଳବାଇ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରେଳଷ୍ଟେସନରେ ପ୍ରଥମ ଥର ପାଇଁ ବ୍ୟବହୃତ ହେବ ଫେସ୍‌ ରେକଗନାଇଜେସନ୍ ସିଷ୍ଟମ। ଏହା ପକେଟମାର, ନିଶା ଖୁଆଇ ଲୁଟୁଥିବା ଦୁର୍ବୃତ୍ତଙ୍କ ଫଟୋ ଉଠାଇବ। ତେବେ ଯାତ୍ରୀଙ୍କ ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ କଣ୍ଟ୍ରୋଲ ରୁମ୍, ଡ୍ରୋନ ସହ ପର୍ଯ୍ୟାପ୍ତ ଆରପିଏଫ୍ ଓ ଜିଆରପି ପୋଲିସ ମୁତୟନ, ସାଧା ପୋଷାକଧାରୀ ପୋଲିସ, ସିସିଟିଭି କ୍ୟାମେରା ଓ ସମନ୍ୱିତ କଣ୍ଟ୍ରୋଲ ରୁମ କାର୍ଯ୍ୟ କରିବ।‌ ସେହିପରି ତଟ ସୁରକ୍ଷାରେ ହେଲିକ୍ୟାପ୍ଟର, ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଫାଷ୍ଟ ପାଟ୍ରୋଲିଂ ଭେଇକିଲ କାର୍ଯ୍ୟ କରିବ। ପାରାଦ୍ଵୀପରେ ଫାଷ୍ଟ ଇଣ୍ଟରସେପ୍ଟର ବୋଟ ତଇନାତ୍ ରହିବା ସହ ପୁରୀ ପେଣ୍ଠକଟା ଠାରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ। ତଟରକ୍ଷୀ ବାହିନୀ ଓ ଭାରତୀୟ ନୌସେନା ବୈଷୟିକ ଟିମ୍ ଓ ଗୁଇନ୍ଦା ସୂଚନା ପାଇଁ ସାଗର ମିତ୍ରର ମଧ୍ୟ ସହାୟତା ନିଆଯାଇଛି। ଆଜି ଟାଉନ୍ ହଲରେ ରଥଯାତ୍ରାକୁ ନେଇ ରେଳବାଇ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ରେଳବାଇ ଓ ତଟ ସୁରକ୍ଷା ଏଡିଜି ଦୟାଲ ଗଙ୍ଗୱାର ଓ ଡ଼ିଆଇଜି ସତ୍ୟଜିତ ନାୟକଙ୍କ ଉପସ୍ଥିତିରେ ଏହି ବ୍ରିଫିଙ୍ଗ ହୋଇଥିଲା। ରଥଯାତ୍ରାରେ ୧୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାକୁ ଥିବାବେଳେ ରାଜ୍ୟର ସବୁଠାରୁ ଏହା ବଡ ପୋଲିସ ସୁରକ୍ଷା ବ୍ୟବସ୍ଥା।ଉଭୟ ଜଳ, ସ୍ଥଳ ଓ ଆକାଶ ପଥରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି l


Share: