ପଲ୍ଲୀରେ ପ୍ରଶାସନ

Share:

ନିତ୍ୟ ସୁନ୍ଦର ଜେନା

ମହାକାଳପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଯଦୁପୁର ଗ୍ରାମ ପଞ୍ଚାୟତ ରେ ମାର୍ଶାଘାଇ ର ଵଟିରା ପଞ୍ଚାୟତ ରେ ଓଡ଼ିଶା ସରକାର ଙ୍କର , ପଲ୍ଲୀରେ ପ୍ରଶାସନ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି, ଏଥିରେ ପଞ୍ଚାୟତର ସରପଞ୍ଚ ତଥା ବ୍ଲକ ପ୍ରଶାସନଙ୍କ ତତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଚାଲିଥିଲା ବହୁସଂଖ୍ୟରେ ଲୋକମାନେ ଯୋଗ ଦାନ କରିଥିଲେ, ନିଜ ନିଜର ସମସ୍ୟା କୁ ସମାଧାନ ପାଇଁ ପ୍ରଶାସନ ପାଖରେ ଉପସ୍ଥାପନ କରିଥିଲେ, କିନ୍ତୁ ବଟିରା ପଞ୍ଚାୟତ ରେ ମହିଳାମାନେ ପାନୀୟ ଜଳ ର ଘୋର୍ ଅସୁବିଧା ନେଇ ଅଭିଯୋଗ କରିଥିଲେ ଵୋରିଙ୍ଗ୍ରରୁ ଖରାପ ପାଣି ବାହାରୁ ଥିଵା ଆଣି ଦେଖାଇଥିଲେ B ‘D’Oଏହାର ଶିଘ୍ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ବିଭିନ୍ନ ବିଭାଗର ଷ୍ଟଲମାନ ଖୋଲିଥିବା ର ଦେଖାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ଛାଇ ତଥା ଖାଦ୍ୟ ଓ ପାନୀୟଜଳ ମଧ୍ୟ ସୁ ବ୍ୟବସ୍ଥା କରାଯାଇଥିଲା, ଯଦୁପୁର ଓ ବଟିରା ପଞ୍ଚାୟତର ସରପଞ୍ଚ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ସରକାର ଙ୍କର ଏହି କାର୍ଯ୍ୟକ୍ରମ,ଜନ ହିତକର ଏବଂ ଲୋକାଭିମୁଖୀ କାର୍ଯ୍ୟ ଅଟେ , ଲୋକମାନେ ଏହାର ସୁବିଧା ନେବା ଉଚିତ୍ , ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟ କ୍ରମ ହେବା ଦ୍ଵାରା ଜଣେ ବ୍ୟକ୍ତିର ଅନେକ ସମସ୍ୟାର ସମାଧାନ ଗୋଟିଏ ଜାଗାରେ ସମ୍ଭବ ପର ହୋଇ ପାରୁଛି, ଏହା ଦ୍ବାରା ଲୋକ ମାନେ ଭିନ୍ନ ଭିନ୍ନ ଅଫିସକୁ ଦୋଉଡି ବାକୁ ପଡୁ ନାହିଁ, ତେଣୁ ଜନ ସାଧାରଣ ମାନେ ଉପକୃତ ହେଉଥିବା ପରି ପ୍ରକାଶ କରୁଅଛନ୍ତି, ପ୍ରତ୍ୟେକ ସୋମବାର ଦିନ ଏହି କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ପଞ୍ଚାୟତରେ ହେଉଅଛି ତେଣୁ ଜନ ସାଧାରଣ ମାନେ ଏହି ସୁବିଧା ନେବା ନିହାତି ଆବଶ୍ୟକ, ଆଜି ଏହି ପଞ୍ଚାୟତରେ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକର B.d.o ଏବଂ, ବିଭିନ୍ନ ବିଭାଗର କର୍ମକର୍ତ୍ତା ମାନେ ଯୋଗ ଦାନ କରିଥିଲେ l


Share: