ଲଗାଣ ବର୍ଷାରେ ଭାସିଗଲା ଧାନ ଚାଷ, ଚାଷୀକୁଳ ହତାଶ

Share:

ଗଞ୍ଜାମ ରୁ ଭଗବାନ ପାଢ଼ୀଙ୍କ ରିପୋର୍ଟ

ଦୁଇ ଦିନିଆ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ ବିଶେଷ ଭାବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକ ବର୍ଷ ର ପରିଶ୍ରମ ଧୋଇହେଇଗଲା ବର୍ଷା ଜଳ ରେ, ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜନଜୀବନ ବେହାଲ ହୋଇ ପଡ଼ିଥିବା ବେଳେ ଧାନ ଚାଷ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି ।

ବିଶେଷ କରି କବିସୂର୍ଯ୍ୟ ନଗର ବ୍ଲକ ର ସିଆଳିଆ, ଖରିଡା,ପାଇକଯମୁନା, ନୂତନ କନ୍ଧଖରିଡା,ବାଉଁସିଆ, କନିଆରୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ କବିସୂର୍ଯ୍ୟନଗର ସହର କୁ ଲାଗି ରହିଥିବା ଅଞ୍ଚଳ ଓ ବ୍ଲକ ର ବିଭିନ୍ନ ସ୍ଥାନରେ ଧାନ ଚାଷ ଜମିରେ ଆଣ୍ଠୁଏ ଉଚ୍ଚାର ବର୍ଷା ଜଳ ରହି ଧାନ ଚାଷ ସମ୍ପୂର୍ଣ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି, ଅନ୍ୟପଟେ ଚାଷୀ ନିଜ ଧାନକୁ ଛାଣି ଛାଣି ପାଣି ଘରରୁ ବାହାର କରୁଥିବା ଦେଖିବାକୁ ମିଳିଛି । ବର୍ଷ ସାରା ଦୁଃଖକଷ୍ଟରେ ଚାଷୀ ଧାନ ଚାଷ କରି ସେଥିରୁ ବର୍ଷ ତମାମ ଚଳିବା କୁ ଆଶାରଖି ଥିବା ବେଳେ ବର୍ତମାନ ଲଗାଣ ବର୍ଷା ରୁ ଧାନଚାଶ ସମ୍ପୂର୍ଣ ନଷ୍ଟ ହୋଇଯାଥିବା କାରଣରୁ କ୍ଷତି ପୂରଣ ଦାବି କରିଛନ୍ତି ଚାଷୀ । ଅନ୍ୟପଟେ କ୍ଷୟକ୍ଷତି ର ଆକଳନ ଲାଗି ସ୍ଥାନୀୟ ତହସିଲଦାର, ଆରଆଇ ଓ କୃଷି ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ।


Share: