ଜିଲ୍ଲା ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ର ଶୁଭଉଦଘାଟନ କଲେ ବିଧାୟିକା ଲତିକା ପ୍ରଧାନ

Share:

ଭଗବାନ ପାଢ଼ୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଡାକ ବଙ୍ଗଳା ଠାରେ ଆଜି ମା ହନୁମନ୍ତ ନାରାୟଣୀ ଜିଲ୍ଲା ସ୍ତରୀୟ ମେଗା ଭଲିବଲ ଟୁର୍ନାମେଣ୍ଟ ର ଶୁଭ ଉଦଘାଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ
ପ୍ରଥମେ କୋଦଳା ଦଣ୍ଡିସ୍ୱର ମନ୍ଦିର ପ୍ରାଙ୍ଗଣରୁ ନିଜ ସମର୍ଥକଙ୍କ ସହ ଏକ ବାଇକ ରାଲିରେ ଆସି ଡାକ ବଙ୍ଗଳା ନିକଟରେ ପହଂଚି ଥିଲେ ସେଇଠାରୁ ଭଲିବଲ କ୍ଲବ ର ସମସ୍ତ କର୍ମକର୍ତା ମାନେ ଟ୍ରଫିକୁ ଧରି ବିଧାୟିକଙ୍କୁ ପାଛୋଟି ନେଇଥିଲେ ପରେ ପରେ ବିଧାୟିକା ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ କରି ଥିଲେ ଓ ଏଇ ବର୍ଷ ଶେଷରେ ରାଜ୍ୟ ସ୍ତରୀୟ ଏକ ଟୁର୍ନାମେଣ୍ଟ ଏଇ ପଡିଆ ଠାରେ ଆୟୋଜନ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ଏହି ଟୁର୍ନାମେଣ୍ଟ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଜିଲ୍ଲାର କୋଣ ଅନୁକୋଣ ରୁ ବଛା ବଛା ଖେଳାଳି ଙ୍କୁ ନେଇ ଏହି ଟୁର୍ନାମେଣ୍ଟ ହୋଇଛି।
ଏହାର ମୁଖ୍ୟ ଆୟୋଜକ ମିଥୁନ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ଜଗନ ସେଠି ଉମା ମହାରଣା, ସୀତାରାମ ବେହେରା, ଅମର ବେହେରା ଙ୍କ ସମେତ ବହୁ ଖେଳ ପ୍ରେମୀ ସହଯୋଗ କରିଛନ୍ତ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଦସ୍ୟ ମଧୁସ୍ମିତା ସାହୁ, କଞ୍ଚଣା ସରପଞ୍ଚ ଚିତ୍ରସେନ ଘୋଷ ଙ୍କ ସମେତ ସମସ୍ତ କାଉଁସିଲର ଓ ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ।


Share: