ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Share:

ପୁରୀ- ତା.୧୬.୦୮.୨୦୨୧- ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । କାଠପୋଲ ମରାମତି ଓ ପୁନଃରୁଦ୍ଧାର କରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୩୧୬ ନଂ ଜାତୀୟ ରାଜପଥରୁ ଅବରୋଧ ହଟେଇବା ଓ ୪୦ଟି ଅନଧିକୃତ ମିଡିୟାନ ବନ୍ଦ କରିବା, ସତ୍ୟବାଦୀ, ସାତଶଙ୍ଖ, ପଟ୍ଟନାୟିକିଆ ଛକ, ମାଳତୀପାଟପୁର ଠାରେ ଆଲୋକୀକରଣ ବ୍ୟବସ୍ଥା ଏବଂ ଦୁର୍ଘଟଣା ପ୍ରବଣ ସ୍ଥାନ (ବ୍ଲାକ ସ୍ପଟ) ଯାଞ୍ଚ କରି ପଦକ୍ଷେପ ନେବା,ସ୍ଥାନୀୟ ପୁଲିସ ସହ ପରାମର୍ଶ କରି ହମ୍ପ୍ସ ବଦଳରେ ସ୍ପିଡ ବ୍ରେକର ଲଗାଇବା ପାଇଁ କୁହାଯାଇଛି । ଆସନ୍ତା ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥସହ ରାଜପଥ କର୍ତ୍ତୃପକ୍ଷଙ୍କ ସହ ସ୍ବତନ୍ତ୍ର ଆଲୋଚନା କରାଯିବ । ଗୁଡ ସମରିଟାନ ପଲିସି ଓ ଅଜଣା ଗାଡି ଧକ୍କା ଜନିତ ଚିକିତ୍ସା ପାଣ୍ଠି (ସୋଲାଟିୟମ ଫଣ୍ଡ) ଅଧିନରେ ଦୁର୍ଘଟଣାରେ ଆହତ ବ୍ୟକ୍ତି ବିଶେଷଙ୍କୁ ସଠିକ ସମୟରେ ସାହାଯ୍ୟ ନିମନ୍ତେ ଥିବା ପ୍ରୋତ୍ସାହନ ସଂପର୍କରେ ସଚେତନତା ସୃଷ୍ଟି କରାଯିବ । ଏଥିସହ ପୁରୀ ବସଷ୍ଟାଣ୍ଡରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନିଆ ଯାଉଥିବା ନିର୍ବାହୀ ଅଧିକାରୀ ଜଣାଇଥିଲେ । ବେପରୁଆ ଓ ମଦ୍ୟପାନ ଜନିତ ଗାଡିଚାଳନା ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସଂପର୍କରେ ଆଲୋଚନା ହୋଇଛି ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ସୁପରିଣ୍ଟେଣ୍ଡେଣ୍ଟ୍  ଇଞ୍ଜିନିୟର ଶ୍ରୀ ଜୟନ୍ତ କୁମାର, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଟ୍ରାନ୍ସପୋର୍ଟ ମ୍ୟାମେଜର ଶ୍ରୀ ଜାନକୀ ବଲ୍ଲଭ ସାହୁ, ବେସରକାରୀ ବସ ମାଲିକ ସଘଂ ସମ୍ପାଦକ ଶ୍ରୀ ଲୋକନାଥ ପାଣି, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ସମୀର ରଞ୍ଜନ ଦଳାଇ, ମୋଟରଯାନ ନିରୀକ୍ଷକ ଶ୍ରୀ ଶୁଭେନ୍ଦୁ ରଞ୍ଜନ ରାୟ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।


Share: