ସ୍ବଚ୍ଛ ସର୍ବେକ୍ଷଣ ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଘୋଷଣା

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ପୁରୀ ସହରକୁ ସ୍ବଚ୍ଛ ରଖିବା ସହ ସ୍ବଚ୍ଛ ସର୍ବେକ୍ଷଣରେ ପୁରୀ ଧାମକୁ ଏକ ନମ୍ବର କରିବା ନିମନ୍ତେ ପ୍ରଶାସନ ଅଣ୍ଟା ଭିଡିଛି । ସହରର ସବୁ ବର୍ଗ ମଧ୍ୟରେ ସଚେତନ ସୃଷ୍ଟି ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ରାଣ୍ତ ଆମ୍ବାସାଡର ଓ ପୃଷ୍ଠପୋଷକଙ୍କ ନାମ ଘୋଷଣା କରାଯାଇଛି । ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ମାତା ଶ୍ରୀ ଆଶୁତୋଷ ପଟ୍ଟନାୟକ, ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ରୂପଶ୍ରୀ ମହାପାତ୍ରଙ୍କୁ ବ୍ରାଣ୍ତ ଆମ୍ବାସାଡର ଏବଂ ପଦ୍ମ ବିଭୂଷଣ ଶିଳ୍ପୀ ଶ୍ରୀ ସୁଦର୍ଶନ ସାହୁ ଏବଂ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ପୃଷ୍ଠପୋଷକ ଭାବେ ଘୋଷଣା କରାଯାଇଛି । ଏହାଦ୍ବାରା ସ୍ବଚ୍ଛତା କ୍ଷେତ୍ରରେ ପ୍ରଶାସନିକ ଓ ସାମାଜିକ ସ୍ତରରେ ଉପଯୁକ୍ତ ସମନ୍ବୟ ରକ୍ଷା କରାଯିବା ସହ ସହରକୁ ସ୍ବଚ୍ଛ କରିବାରେ ସହାୟକ ହେବ ବୋଲି ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ କହିଛନ୍ତି । ବ୍ରାଣ୍ତ ଆମ୍ବାସଡର ଓ ପୃଷ୍ଠପୋଷକ ମାନଙ୍କ ସମର୍ଥନ ଓ ଜନସାଧାରଣ ମାନଙ୍କ ସହଯୋଗ ହିଁ ସହରକୁ ସଫା ରଖିବାର ପୁଞ୍ଜି । ପୌରସଂସ୍ଥା ସହ ସ୍ବଚ୍ଛତା ରକ୍ଷା ପାଇଁ ଜନସାଧାରଣଙ୍କ ଗୁରୁ ଭୂମିକା ଥିବା ଶ୍ରୀ ସ୍ବାଇଁ ମତବ୍ୟକ୍ତ କରିଛନ୍ତି । ସ୍ବଚ୍ଛ ସର୍ବେକ୍ଷଣ କ୍ଷେତ୍ରରେ ପୁରୀ ସହର ୨୦୨୦ ମସିହାରେ ୨୫୬ ସ୍ଥାନରେ ଥିବା ବେଳେ ୨୦୨୧ ମସିହାରେ ୧୨୫ ସ୍ଥାନରେ ରହିଛି । ଆସନ୍ତା ବର୍ଷ ସହରକୁ ଏକ ନମ୍ବର କରିବାର ଲକ୍ଷ ରଖାଯାଇଥିବା ନିର୍ବାହୀ ଅଧିକାରୀ କହିଥିଲେ । ସହରର ବାସିନ୍ଦା ମାନଙ୍କ ଘରୁ ଦୈନିକ ୫୦ ଟନ ଆବର୍ଜନା ସଂଗ୍ରହ କରିବା ନିମନ୍ତେ ପୌରସଂସ୍ଥାର କ୍ଷମତା ଥିବାବେଳେ ଦୈନିକ ୩୦ ଟନ ଅଳିଆ ସଂଗ୍ରହ କରାଯାଉଛି । ସେଗୁଡିକୁ ପୃଥକୀକରଣ କରିବା ନିମନ୍ତେ ସହରରେ ୯ଟି Micro Composting Centre (MCC) ଏବଂ ୬ଟି Material Recovery Facility (MRF) କାର୍ଯ୍ୟକ୍ଷମ ରହିଛି । ଏପର୍ଯ୍ୟନ୍ତ ୪୦ ଟନ ଖତ ବିକ୍ରୟ କରାଯାଇଥିବା ୪ ଲକ୍ଷ ଟଙ୍କା ମୂଲ୍ୟର ପ୍ଲାଷ୍ଟିକ ସାମଗ୍ରୀ ବିକ୍ରୟ କରାଯାଇଛି । ବିଭିନ୍ନ ଶିଳ୍ପକୁ ଅଢେଇ ଟନ ରେସିଡୁଆଲ ପ୍ଲାଷ୍ଟିକ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଶ୍ରୀ ସ୍ବାଇଁ ଜଣେଇଥିଲେ । ସ୍ବଚ୍ଛତା ନିମନ୍ତେ ବ୍ରାଣ୍ତ ଆମ୍ବାସଡର ଭାବେ ଚୟନ କରାଯାଇଥିବାରୁ ଶ୍ରୀ ଆଶୁତୋଷ ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ପରିମଳ ବିଶେଷଜ୍ଞ ଶ୍ରୀ ବିଷ୍ଣୁପ୍ରସାଦ ମିଶ୍ର, ଶ୍ରୀ ରିସଭ ଦାଶ, ପରାମର୍ଶଦାତା ଶ୍ରୀ ଜ୍ୟୋତିପ୍ରକାଶ, ଶ୍ରୀ ଆଶିଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


Share: